ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

ଜୟପୁର : କୋରାପୁଟ ଜିଲ୍ଲାରୁ ୨୨ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୫ ଲକ୍ଷ ଟଙ୍କା ହେବ ବୋଲି କୁଜଉଥିବା ବେଳେ ଏହି ଘଟଣାରେ ତିନିଙ୍କୁ ଗିରଫ କରାଥିବା ଜଣାପଡିଛି।

ଖବର ଅନୁଯାୟୀ ଆଜି ସକାଳେ କୋରାପୁଟ ଜିଲ୍ଲାର ଲମତାପୁଟରୁ ଜୟପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସଦଳବଳେ ପାତ୍ରପୁଟ ବ୍ରିଜ୍ ନିକଟରେ ଉକ୍ତ କାରକୁ ଅଟକାଇଥିଲେ। ସେଠରୁ ୨୨ ପ୍ୟାକେଟ ଗଞ୍ଜେଇ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିହାରର ଅରବିନ୍ଦ କୁମାର, ଆସାମର କାମଲ ସୁନାର ଓ ଶିଳ୍ପୀ ଆଚାରୀ ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।