ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ, ଦୁଇ ଗିରଫ

ବାଲିଗୁଡା : ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀଙ୍କ ତତ୍ୱାବଧାନରେ ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟିଏ ଇନୋଭା ଓ ବୋଲେରୋକୁ ଯାଞ୍ଚ କରିବାରୁ ଗାଡି ଭିତରୁ ୨୭୨ କେଜି ଗଞ୍ଜେଇ ମିଳିଥିଲା।

ଏହି ଘଟଣାରେ ୨ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଭୁବନେଶ୍ୱର ଶୈଳଶ୍ରୀ ବିହାରର ମନୋରଞ୍ଜନ ରାଉତ ଓ ବାଲିଗୁଡ଼ା କାମପଡ଼ାର ସମୀର ଦିଗାଲ। ଦୁହିଁଙ୍କ ନାଁରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

ସେହିପରି ବ୍ରହ୍ମପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଅଚାନକ ଭାବେ ଚଢଉ କରି ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିିଭିନ୍ନ ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୨ ଜଣକୁ ଗିରଫ ହୋଇଛନ୍ତି। ସେମାନେ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ କାମଟଣା ଗ୍ରାମର ରିନା କହଁର ଓ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଭେଟଖୁଲ୍‍ ଗ୍ରାମର ପଦ୍ମଚରଣ ସାହୁ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button