ଗରିବ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଦେବ ଗ୍ୟାଜେଟ୍ ଓ ଇଣ୍ଟରନେଟ୍ ସୁବିଧା

ନୂଆଦିଲ୍ଲୀ : କରୋନା କଟକଣା ପାଇଁ ସ୍କୁଲ ବନ୍ଦ। ଅନଲାଇନରେ ଚାଲିଛି ପାଠପଢ଼ା। ଇଣ୍ଟରନେଟ୍ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗରିବ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଯୋଗୁ ପଢ଼ାରେ ସମସ୍ୟା ହେଉଛି। ସବୁଠୁ ଅଧିକ ସସମ୍ୟା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ବେସରକାରୀ ଓ ସରକାରୀ ସ୍କୁଲ ଅନଲାଇନ୍ କ୍ଲାସ ପାଇଁ ଗରିବ ପିଲାଙ୍କୁ ଗ୍ୟାଜେଟ୍ ଓ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବେ।

କୋର୍ଟ ସ୍ପଷ୍ଟ କରିଛନ୍ତି ଗ୍ୟାଜେଟ୍ ଓ ଡିଜିଟାଲ ଉପକରଣ ସହ ଇଣ୍ଟରନେଟ୍ ପ୍ୟାକେଜ ଖର୍ଚ୍ଚ ଟ୍ୟୁସନ ଫି’ର ଅଂଶ ହେବ ନାହିଁ। ଏ ଉପକରଣ ଇଡବ୍ଲୁଏସ ଓ ବଞ୍ଚିତ ବର୍ଗ ଛାତ୍ରଙ୍କୁ ବେସରକାରୀ ଅଣ-ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ଓ ସରକାରୀ ବିଦ୍ୟାଳୟ ଦ୍ଵାରା ମାଗଣାରେ ପ୍ରଦାନ କରାଯିବ। ଏସବୁ ଯୋଗାଇବା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ କୋର୍ଟ କହିଥିବା ବେଳେ ଏହା ଉପ​‌ରେ ନଜର ରଖିବାକୁ ତିନିଜଣିଆ କମିଟି ଗଠନ କରିବା ନିମନ୍ତେ କେନ୍ଦ୍ର, ଦିଲ୍ଲୀ ସରକାର ଓ ସ୍କୁଲ ଆସୋସିଏସନ କମିଟିକୁ ନିର୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।