ଗର୍ଭବତୀ ପରେ ଓଜନ ବଢ଼ିଯାଉଛି କି ? କରନ୍ତୁ ଏହି କାମ…

ମା’ ହେବାର ସ୍ଵପ୍ନ ପୂରଣ ହେବାପରେ ଏକ ଭିନ୍ନ ପ୍ରକାର ଅନୁଭବ ହୋଇଥାଏ। ଜଣେ ମହିଳା ପାଇଁ ଏହା ଦୁନିଆର ସବୁଠୁ ନିଆରା ଖୁସି। ମାତ୍ର ଏହା ସହିତ କିଛି ଦାୟିତ୍ଵ ଓ ଅସୁବିଧା ମଧ୍ୟ ଆସିଥାଏ। କେତେକଙ୍କର ଓଜନ ବଢ଼ିବା ଚିନ୍ତା ବଢାଏ। ଭାରୀ କାମ କରିବାକୁ କ​‌ଷ୍ଟ ଲାଗେ। ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଜାଣନ୍ତୁ ଓଜନ କମାଇବା ପାଇଁ କେଉଁ ବ୍ୟାୟମ କରିବାକୁ ପଡ଼ିବ। 

ଓଜନ କମାଇବା ପାଇଁ ହେଲେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ।  ଏହା କରିବା ନିହାତି ଜରୁରୀ। ଚାଳିବା ଦ୍ୱାରା ଆପଣଙ୍କ ଓଜନ ଖୁବ୍ ଶୀଘ୍ର କମ ହୋଇଯିବ। 

ସ୍ତନପାନ କରାଇବା ଅର୍ଥାତ୍ ଛୁଆକୁ ମା’ର କ୍ଷୀର ପିଆଇବା ଦ୍ୱାରା ଶରୀର ୩୦୦ରୁ ୫୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଆମେରିକାନ୍ ଜର୍ଣ୍ଣାଲର ଗବେଷଣା ତଥ୍ୟ କହିଛି ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଓଜନ କମାଇବାରେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ। 

ଗର୍ଭବତୀ ପରେ ଓଜନ କମାଇବା ପାଇଁ ଯୋଗ ସବୁଠୁ ଭଲ ଉପାୟ। ଏହା କରିବା ପୂର୍ବରୁ କୈାଣସି ଯୋଗ ଗୁରୁଙ୍କ ଠାରୁ ପ୍ରଶିକ୍ଷଣ ନେବା ଜରୁରୀ। 

ଓଜନ କମାଇବା ପାଇଁ ଚାହୁଁଥିଲେ ପାଣି ଅଧିକ ପିଅନ୍ତୁ। ପ୍ରତିଦିନ ୧୦ରୁ ୧୨ ଗିଲାସ ପାଣି ପିଇବା ଜରୁରୀ।  ଏହା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ।   

ଯଦି ନିଦ ହେଉନଥିବ ତେବେ ଭରପୁର ମାତ୍ରରେ ପନିପରିବା ଖାଆନ୍ତୁ। ସ୍ୱାସ୍ଥ୍ୟ ପାଇଁ ଏହା ହିତକର।

ମତାମତ ଦିଅନ୍ତୁ ।