ଗାତରେ ରହୁଥିବା ଅସହାୟ ବୃଦ୍ଧା ଉଦ୍ଧାର

ବାରିପଦା: ମା ଆଖିରେ ଭରି ରହିଥାଏ ଅସୁମାରୀ ସ୍ୱପ୍ନ । ପୁଅ ବଡ ହେଲେ ମାଆର ଯତ୍ନ ନେବ, ତା’ର ବୃଦ୍ଧାବସ୍ଥାରେ ପୁଅ ସେବା ସୁଶୃଷା କରିବ । ହେଲେ ସେହି ପୁଅ ବଡ ହେବା ପରେ ଯେତେବେଲେ ମାଆକୁ କରିଦିଏ ସାତପର ସେତେବେଳେ ମାଆ ପାଲଟିଯାଏ ଅସହାୟ । ଆଖିର ଲୁହକୁ ନିଜେ ପିଇବି ମାଆ କେବେ ପୁଅର ଅମଙ୍ଗଳ କାମନା କରିନଥାଏ । ଏହିଭଳି ଏକ ଘଟଣା ଘଟିିଛି କପ୍ତିପଦା ବ୍ଲକ ଶରତ ପଞ୍ଚାଯତର ରଙ୍ଗାମାଟିଆ ଗ୍ରାମରେ ପୁଅ ବହୁ ଦ୍ୱାରା ଉପେକ୍ଷିତ ହୋଇ ଜଣେ ଅସହାୟ ବୁଢି ମାଆ ସୁଲୋଚନା ମହାକୁଡ ଦୀର୍ଘ ୮ ବର୍ଷ ଧରି ମାଟି ଖୋଳି ଗାତ ଭିତରେ ଖଣ୍ଡିିଏ ଦରିକୁ ଢାଙ୍କି ହୋଇ ଖରା ବର୍ଷା ଶୀତରେ ବେଶ ଦୁର୍ଦ୍ଦିନରେ କାଳ କାଟି ଆସୁଥିଲେ ।

ଗଣମାଧ୍ୟମରୁ ଖବର ପାଇ ଓଡିିଶା କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଜିଲ୍ଲା ପ୍ରସାଶନ ସହ ଯୋଗାଯୋଗ କରିବାରୁ ଜିଲ୍ଲାପାଲଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣି, ଆରଡିଏସସିର ସମ୍ପାଦକ ବିଜୟ କୁମାର ବେହେରା, ଦିଲ୍ଲିପ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ । କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ ମଧ୍ୟ ଏହିଘଟଣାକୁ ଜିଲ୍ଲା ପ୍ରସାଶନର ଦୃଷ୍ଟିିକୁ ଆଣିଥିଲେ।

ସମାଜସେବୀ ପ୍ରବୀର ଚନ୍ଦ୍ର ସାଏ, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ସିଂ ପୂର୍ତୀ, ସମିତି ସଭ୍ୟା ପଦ୍ମାବତୀ ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଦଶ୍ୟ ସିରୁ ସୋରେନ, ଦଣ୍ଡକ ସିଂ, ହିନ୍ଦୁ ସିଂ ପୂର୍ତୀ, ବିଣାକର ମହାପାତ୍ର, ଛାତ୍ର ନେତା ସୁଶିଲ ସେଠୀ, ଆର୍ଶିବାଦ ଦାସ, ପ୍ରମୁଖ କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସହ ଘଟଣା ସ୍ଥଳକୁ ଯାଇ ଜିଲ୍ଲା ପ୍ରସାଶନ ସହାୟତାରେ ବୁଢି ମାଆକୁ ଉଦ୍ଧାର କରି ନୂଆ ଶାଢୀ ପିନ୍ଧାଇ ବୃଦ୍ଧାଶ୍ରମକୁ ଆଣି ଥଇଥାନ କରିଥିବାର ଜଣାଯାଇଛି । ଶ୍ରୀ ମହାନ୍ତିଙ୍କ ଏହି ପ୍ରୟାସକୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି ।

ମତାମତ ଦିଅନ୍ତୁ ।