ଘର ଭାଙ୍ଗିବା ଅଭିଯୋଗ : ସରପଞ୍ଚ ଓ ସ୍ଵାମୀ ଗିରଫ

ବଲାଙ୍ଗିର : କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ଭୂମିହୀନ ୬ଟି ଆଦିବାସୀ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ସେମାନେ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ସହମତିରେ ଗାଁରେ ଖାଲି ପଡ଼ିଥିବା ସରକାରୀ ଜାଗାରେ ଘର ନିର୍ମାଣ କରିଥିଲେ। ଦୁଇ କିସ୍ତି ଟଙ୍କା ପାଇଥିଲେ। ହେଲେ ୧୧ ତାରିଖ ସକାଳେ ସରପଞ୍ଚ ହେମକାନ୍ତି ମୁଣ୍ଡା ଦଳବଳସହ ପହଞ୍ଚିଥିଲେ। ତାଙ୍କ ନିର୍ଦ୍ଦେଶରେ ବୁଲଡୋଜର ଚଢାଇ ଘର ଗୁଡିକ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣା ପରେ ଲୋଇସିଂହା ଥାନାରେ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଆଜି ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମତାମତ ଦିଅନ୍ତୁ ।