ଘର ଭିତରକୁ ପଶିଗଲା ହାଇଓ୍ୱା, ୩ ଆହତ

ବଡ଼ବିଲ : ବଲାଣି ଥାନା ଅନ୍ତର୍ଗତ ଡର୍ବୀ ଛକରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଆରକେ ହାଇଓ୍ୱା ଘର ଭିତରକୁ ପଶିଯିବାରୁ ୩ ଭାଇଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଆଜି ଭୋର ସମୟରେ ୩ ଭାଇ ଭଉଣୀ ଘରେ ଶୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଘର ଭିତରକୁ ପଶିଯିବାରୁ ମାଟି କାନ୍ଥ ଭାଇ ଭଉଣୀଙ୍କ ଉପରେ ପଡିଯାଇଥିଲା। ଗୁରୁତର ଭାଇଭଉଣୀଙ୍କ ବାପାମା’ ଅନ୍ୟ ଏକ ରୁମ୍‌ରେ ଶୋଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।