ଘର ଭିତରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ : ସମ୍ୱଲପୁର ଜିଲ୍ଲା କିଷିଣ୍ଡା ଥାନା ଅଞ୍ଚଳରେ ମା’ ଓ ଝିଅଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି। ଘରର କବାଟ ଖୋଲା ଥିବାରୁ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ଖବର ଅନୁଯାୟୀ ମଙ୍ଗଳବାର କିଷିଣ୍ଡା ଗାଁର କିଶୋର ପଟେଲ୍‌ ଓ ତାଙ୍କ ବଡ଼ ଝିଅ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଘରେ ଥିଲେ ପତ୍ନୀ ସୁଜାତା ଓ ସାନଝିଅ ଉତ୍କଳିକା। ଗୁରୁବାର ଅପରାହ୍ନରେ କିଶୋର ଓ ବଡ଼ ଝିଅ ବିବାହ ଉତ୍ସବରୁ ଫେରି ଦେଖିଥିଲେ ଘରର କବାଟ ଖୋଲା ରହିଛି। ଭିତରେ ପଡିଛି ମା’-ଝିଅଙ୍କ ମୃତଦେହ। କିଶୋର ଏନେଇ କିଷିଣ୍ଡା ଥାନାକୁ ଜଣାଇବାରୁ ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button