ଘର ଉପରକୁ ଟ୍ରକ୍ ମାଡ଼ି ଗଲା : ୩ ଗୁରୁତର

କେନ୍ଦୁଝର : ଟାଉନ୍ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଘର ଉପରକୁ ଟ୍ରକ୍ ମାଡ଼ି ଯିବାରୁ କାନ୍ଥ ଭୁଶୁଡ଼ି ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତି ଏହି ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ମହୁଲ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହେଶ ପାତ୍ରଙ୍କ ଘରକୁ ଧକ୍କା ଦେଇଥିଲା। ଫଳରେ କାନ୍ଥ ଭୁଶୁଡ଼ି ଘରେ ଶୋଇଥିବା ମହେଶ, ତାଙ୍କ ସ୍ତ୍ରୀ ଓ ୭ ବର୍ଷର ଝିଅ ଉପରେ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରକ୍‌ ଧକ୍କାରେ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।