ନୂଆଦିଲ୍ଲୀ: ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । କରୋନା ସଙ୍କଟରୁ ମୁକ୍ତି ପାଇବାକୁ ହେଲେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ କୁହାଯାଇଛି।
ସମସ୍ତ ଜିନିଷକୁ ପରିଷ୍କାର ରଖିବା ସହ ସାନିଟାଇଜ୍ କରିବା ପାଇଁ କୁହାଯାଉଛି । ଏପରିକି ବାହାରୁ ଘରକୁ ଆସିଲେ କପଡା ବଦଳାଇ ଅନ୍ୟ ସ୍ଥାନରେ ରଖିବା । ହାତକୁ ସାବୁନ୍ ପାଣିରେ ଅତିକମ୍ରେ ୨୦ ସେକେଣ୍ଡ ପାଇଁ ଭଲ ଭାବରେ ଧୋଇବା ପାଇଁ କୁହାଯାଉଛି । ଘରକୁ ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ବାରମ୍ବାର ଭଲ କରି ଜୀବାଣୁ ନାଶକ ପକାଇ ପୋଛିବା ପାଇଁ ପରାମର୍ଶ ଦିଆଯାଇଛି ।

ଘରକୁ ଆସୁଥିବା କ୍ଷୀର ପ୍ୟାକେଟ୍ କରୋନା ଭୂତାଣୁରୁ ସୁରକ୍ଷିତ କି ନାହିଁ ଅନେକ ପ୍ରଶ୍ନ କରିଥାଆନ୍ତି। FSSAI କ୍ଷୀର ପ୍ୟାକେଟ୍ କରୋନା ଭୂତାଣୁ ମୁକ୍ତ ବୋଲି କହିଛନ୍ତି । FSSAI ହେଉଛି ଭାରତୀୟ ଖାଦ୍ୟ ସଂରକ୍ଷଣ ଏବଂ ମାନକ ପ୍ରାଧିକରଣ । ଅନେକ ଲୋକ କ୍ଷୀର ପ୍ୟାକେଟ୍ ଆଣିବା ପରେ ଏହାକୁ ସାବନ୍ ପାଣି କିମ୍ବା ଡିଟେରଜେଣ୍ଟରେ ଧୋଇବା ପାଇଁ FSSAI ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଛି ।
ତେବେ ଘରକୁ କ୍ଷୀରବାଲା ଆସୁଥିଲେ ସାମାଜିକ ଦୂରତ୍ୱ ରଖି କ୍ଷୀର ରଖିବା ପାଇଁ କୁହାଯାଇଛି। କାରଣ ସେ ଅନେକ ଲୋକଙ୍କ ଘରକୁ କ୍ଷୀର ଦେବା ପାଇଁ ଯାଇଥାଇପାରନ୍ତି । ତେବେ କ୍ଷୀର ପ୍ୟାକେଟ୍ ନେବାପରେ ଏହାକୁ ଖାଲି ପାଣିରେ ଓ ହାତକୁ ସାବନ୍ରେ ଧୋଇବା ଦରକାର । ପ୍ୟାକେଟ୍ ଉପରେ ସାନିଟାଇଜର୍ ସ୍ପ୍ରେ ନ କରିବା ଭଲ ବୋଲି କୁହାଯାଇଛି । କ୍ଷୀର ପ୍ୟାକେଟ୍ ଖୋଲିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇବା ପାଇଁ କୁହାଯାଇଛି।
କ୍ଷୀର ନଫୁଟିବା ଯାଏଁ ବନ୍ଦ ଏହାକୁ ଚୁଲିରେ ବସାଇ ରଖିବା ପାଇଁ କୁହାଯାଇଛି । ଯଦି କ୍ଷୀର ପ୍ୟାକେଟକୁ ସାବୁନ ପାଣିରେ ୨୦ ସେକେଣ୍ଡ ଧୋଉଛନ୍ତି ତେବେ ସୁନିଶ୍ଚିତ କରନ୍ତୁ ଏହାକୁ ଭଲ ଭାବରେ ଧୋଇଛନ୍ତି । ଏହା ଉପରେ ସାବୁନ୍ କିମ୍ବା ଡିଟରଜେଣ୍ଟ ଲାଗି ନାହିଁ । ମାତ୍ର ସାନିଟାଇଜର୍ ସ୍ପ୍ରେ କରିବା କ୍ଷତିକାରକ ହୋଇପାରେ ବୋଲି କୁହାଯାଇଛି ।