ଘରର ମୁଖ୍ୟ ଦ୍ଵାର ଦକ୍ଷିଣକୁ ଥିଲେ କ’ଣ ହୁଏ ସମସ୍ୟା

ବାସ୍ତୁଶାସ୍ତ୍ରରେ ଅନେକ ନୀତି ନିୟମ ରହିଛି। ଘର କରିବା ସମୟରେ ଏସବୁକୁ ଗୁରୁତ୍ଵ ଦିଆଯାଏ। ବାସ୍ତୁଶାସ୍ତ୍ରକୁ ଅଣଦେଖା କରି ଘର ତୋଳିଲେ ଗୃହକର୍ତ୍ତାଙ୍କ ପାଇଁ ଆସେ ଭିଭିନ୍ନ ସମସ୍ୟା। ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ଵାର ଦକ୍ଷିଣକୁ ହୋଇଥିଲେ କେଉଁସବୁ ପରିସ୍ଥିତିର ସାମନା କରିବାକୁ ପଡିବ।

କୁହାଯାଏ ଦକ୍ଷିଣ ଦିଗର ସ୍ଵାମୀ ହେଉଛନ୍ତି ଯମରାଜ। ଏହି ଦିଗର ଶୁଭ-ଅଶୁଭ ପରିଣାମ ଘରର ମହିଳାଙ୍କ ଉପରେ ଅଧିକ ପଡ଼ିଥାଏ। କେବଳ ସେତିକି ନୁହେଁ ଦକ୍ଷିଣ ଦିଗକୁ ନେଇ ଅନେକଙ୍କର ଧାରଣା ରହିଛି ଦକ୍ଷିଣମୁଖୀ ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।

ସେଥିପାଇଁ କୁହାଯାଇଛି ଦକ୍ଷିଣମୁଖୀ ଭବନ କିମ୍ବା ଭୂମି କିଣିବା ଯଦି ଅନିବାର୍ଯ୍ୟ ହୋଇଥାଏ ତେବେ ପ୍ରଥମେ ସେହି ଭୂମିକୁ ଅନ୍ୟ ଜଣଙ୍କ ନାଁରେ କିଣି ଦିଅନ୍ତୁ। ପୂର୍ବରୁ ସେଠାରେ କିଛି ନିର୍ମାଣ ଥିଲେ ତାହାକୁ ଭାଙ୍ଗି ଦିଅନ୍ତୁ। ପଶ୍ଚିମ କିମ୍ବା ଦକ୍ଷିଣ ଦିଗ ଆଡ଼କୁ ଭବନର ନିର୍ମାଣ ଆରମ୍ଭ କରନ୍ତୁ। ନିର୍ମାଣ ସର୍ବ ପରେ ତାହାକୁ ନିଜ ନାଁରେ କରି ଗୃହ ପ୍ରବେଶ କରନ୍ତୁ।

ଦକ୍ଷିଣମୁଖୀ ଭୂମିରେ ଘର କରିବା ବେଳେ ଧ୍ୟାନ ରଖନ୍ତୁ ଦକ୍ଷିଣ ଭାଗ ଉଚ୍ଚ ହେବା ଉଚିତ୍। ଏହାଦ୍ୱାରା ସେହି ଘରେ ରହିଲେ ସୁସ୍ଥ ଓ ସୁଖୀ ହେବେ। ଏହାଛଡା ଦକ୍ଷିଣ ଭାଗରେ କକ୍ଷ ଉଚ୍ଚ ନିର୍ମାଣ କରିବା ଉଚିତ୍। ଏପରି ହେଲେ ଗୃହକର୍ତ୍ତା ମାଲିକ ଐଶ୍ଵର୍ଯ୍ୟ ସମ୍ପନ୍ନ ହୋଇଥାନ୍ତି।

ଘର ଦକ୍ଷିଣ ଦିଗର ପାଣି ଉତ୍ତର ଦିଗହୋଇ ବାହାରକୁ ପ୍ରବାହିତ ହେଲେ ଧନ ଲାଭ ହୋଇଥାଏ। ଏପରି ଘରେ ରହୁଥିବା ମଳୀଳାଙ୍କ ସ୍ଵାସ୍ଥ୍ୟ ଠିକ୍ ରହିଥାଏ। ତେଣୁ ଘରର ମୁଖ୍ୟ ଦ୍ୱାର କେବେ ଦକ୍ଷିଣକୁ ହେବା ଊଚିତ୍ ନୁହେଁ।

ଯଦି ଘରର ଦ୍ୱାର ଦକ୍ଷିଣକୁ ହୋଇଥାଏ ତେବେ ଦ୍ୱାରର ସାମନାରେ ଏକ ଦର୍ପଣକୁ ଏପରି ଲଗାନ୍ତୁ ଯାହା ଫଳରେ ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପୂରା ପ୍ରତିବିମ୍ବ ଦର୍ପଣରେ ପଡ଼ିବ। ଏହାଦ୍ୱାରା ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସହ ଘରେ ପ୍ରବେଶ କରୁଥିବା ନକରାତ୍ମକ ଶକ୍ତି ଫେରିଯାଇଥାଏ।

ଦକ୍ଷିଣମୁଖୀ ଘରେ ଯଦି ବାସ୍ତୁଦୋଷ ରହିଛି ତେବେ ଦ୍ୱାରର ଠିକ୍ ସାମନାରେ ଆଶୀର୍ବାଦ ମୁଦ୍ରାରେ ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ଏପରି କଲେ ଦକ୍ଷିଣ ଦିଗ ଆଡ଼କୁ ମୁଖ୍ୟଦ୍ୱାର ହୋଇଥିବା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ମତାମତ ଦିଅନ୍ତୁ ।