ଘରେ ମୟୁର ପୂଛ ରଖିଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଧୁର ହୁଏ

ବାସ୍ତୁଶାସ୍ତ୍ର ଅନୁସାରେ ମୟୁର ପୂଛ ଭଗବାନ ଶ୍ରୀକୃଷ୍ଣଙ୍କର ବହୁତ ପ୍ରିୟ ଥିଲା। ସେଥିପାଇଁ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ମୟୁର ପୂଛ ଘରେ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏପରି ବିଶ୍ଵାସ ଥିବାରୁ ଲୋକେ ଘରେ ମୟୁର ପୂଛ ରଖନ୍ତି। କେତେକ ଠାକୁର ଘରେ ରଖି ପୂଜା କରନ୍ତି। କିନ୍ତୁ ଏହାକୁ ସଠିକ ଦିଗରେ ଓ ସଠିକ ସ୍ଥାନରେ ରଖିବା ଉଚିତ।

୧-ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିଲେ ଶୟନକକ୍ଷରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହେବାସହ ପ୍ରେମ ବଢିଥାଏ। ପିଲାଙ୍କ ପଢା ଘରେ ଏହାକୁ ରଖିଲେ ପାଠ ପଢାରେ ସେମାନଙ୍କର ମନ ଲାଗିଥାଏ। ବୁଦ୍ଧିର ବିକାଶ ମଧ୍ୟ ହୁଏ।

୨-ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁର ପୂଛ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଯଦି କୌଣସି କାମରେ ସଫଳତା ମିଳୁନି ତେବେ ପାଖରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ନହେଉଥିବା କାମ ହେବ। ଆର୍ଥିକ ସ୍ଥିତି ମଜବୁତ କରିବାକୁ ଅଫିସ କିମ୍ବା ଟ୍ରେଜେରିରେ ମୟୁର ପୂଛ ରଖନ୍ତୁ। ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନାଭାବ ଦୂର ହେବାସହ ଆର୍ଥିକ ସ୍ଥିତି ମଜବୁତ ହେବ।

୩-ମୟୁର ପୂଛରୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ମୟୁର ପୂଛକୁ ପାଖରେ ରଖିଲେ ଶତ୍ରୁଙ୍କ ସହ ରହିଥିବା ତିକ୍ତ ସମ୍ପର୍କ ସୁଧୁରି ଯାଇଥାଏ। ଘରର ମୁଖ୍ୟ ଦ୍ୱାରରେ ମୟୁର ପୂଛ ଲଗାଇବା ଉଚିତ। ଏହାଦ୍ୱାରା ବାସ୍ତୁ ଦୋଷ କଟିଥାଏ। ଭଗବାନ ଗଣେଶଙ୍କ ପ୍ରତିମା ସହ ମଧ୍ୟ ମୟୁର ପୂଛ ରଖିପାରିବେ।

୪-ଘରେ ମୟୁର ପୂଛ ରହିଲେ କୌଣସି ଖରାପ ଶକ୍ତି ପ୍ରବେଶ କରିପାରିବନି। ଏହା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶକୁ ରୋକିବା ସହିତ ସକାରାତ୍ମକ ଶକ୍ତି ବଜାୟ ରଖିଥାଏ।

Leave a Reply

Your email address will not be published. Required fields are marked *

Back to top button