ଘରେ ଶାନ୍ତି ବୃଦ୍ଧି ପାଇଁ ରଖନ୍ତୁ ଏହି ସବୁ ବାସ୍ତୁ ଦ୍ରବ୍ୟ

ଭୁବନେଶ୍ବର: ଘରେ ସର୍ବଦା ସୁଖଶାନ୍ତି ଭରି ରହିବା ପାଇଁ କିଛି ଉପାୟ ଅବଲମ୍ବନ କରନ୍ତୁ । ଯାହାଦ୍ୱାରା ଘରୁ ବାସ୍ତୁ ଦୋଷ ଦୂର ହୋଇ ପରିବାରରେ ସର୍ବଦା ସୁଖଶାନ୍ତି ଭରି ରହିବ ।  ଆସନ୍ତୁ ଏ ବିଷୟରେ ଜାଣିବା:-

ଚାନ୍ଦିର ହାତୀ : ଘରେ ଚାନ୍ଦିର ହାତୀ ରଖନ୍ତୁ । ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ । ଏହାସହ ଛୋଟ ଚାନ୍ଦିର ହାତୀ ପକେଟ୍‌ରେ ରଖନ୍ତୁ । 

ପିତ୍ତଳ ଓ ତମ୍ବା ବାସନ : ପିତ୍ତଳ ବାସନରେ ଖାଇଲେ ଓ ତମ୍ବା ବାସନରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ଘରେ ପିତ୍ତଳ ବାସନ ରଖିବା ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । 

ମହୁ : କାଚ କିମ୍ବା ମାଟିପାତ୍ରରେ ମହୁ ରଖିଲେ ଘରର ଶାନ୍ତି ବୃଦ୍ଧି ପାଏ। 

ଚାନ୍ଦି ଡବା : ଏକ ଚାନ୍ଦି ଡବାରେ ପାଣି ଭରି ଲକରରେ ରଖିଲେ ଧନ ବୃଦ୍ଧି ହୁଏ । 

ଚାନ୍ଦି ଓ ସୁନା କଏନ୍‌ : ଚାନ୍ଦିର କଏନ୍‌ ଲକରରେ ରଖନ୍ତୁ । ଏକ ହଳଦିଆ କପଡ଼ାରେ ସୁନା କଏନ୍‌ ବାନ୍ଧି ଲକରରେ ରଖନ୍ତୁ । ଘରେ ଶାନ୍ତି ବୃଦ୍ଧି ହେବ।

ଭଗବାନ ହନୁମାନଙ୍କ ଚିତ୍ର : ଘରର ଦକ୍ଷିଣ କୋଣ କାନ୍ଥରେ ଲଗାନ୍ତୁ । ଏହାକୁ ପ୍ରତିଦିନ ପୂଜା କରନ୍ତୁ । 

ହଳଦିଆ ରଙ୍ଗ : ଘରେ ହଳଦିଆ ରଙ୍ଗର ଯେକୌଣସି ବସ୍ତ୍ର ରଖନ୍ତୁ ପରିବାରରେ ଶାନ୍ତି ବୃଦ୍ଧି ପାଇବ । 

କଳା ଗୁଡ଼ : ଘରେ କଳା ଗୁଡ଼ ରଖନ୍ତୁ । ବାହାରକୁ ଯିବା ସମୟରେ କିମ୍ବା ପରିବାରର ସମସ୍ତ ସଦସ୍ୟ ଗୁଡ଼ ଖାଆନ୍ତୁ । ଏହାଦ୍ୱାରା ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । 

ତମ୍ବା କଏନ୍‌ :ଘରେ ତମ୍ବା କଏନ୍‌ ରଖନ୍ତୁ । ଧଳା କପଡ଼ାରେ ତମ୍ବା କଏନ୍‌ ବାନ୍ଧି ବେକରେ ଧାରଣ କଲେ ଶୁଭ ।

ମତାମତ ଦିଅନ୍ତୁ ।