ଘରୋଇ ବସ୍‌କୁ ସାଢେ ୫ ଲକ୍ଷ ଜରିମାନା

ଭୁବନେଶ୍ଵର : ୨୦୧୯ ମସିହା ମେ’ ମାସରୁ ଏମସି ଟ୍ୟାକ୍ସ ଟ୍ୟାକ୍ସ ପୈଠ କରିନଥିବା ଯୋଗୁ ଘରୋଇ ଯାତ୍ରୀବାହୀ ବସ୍‌କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା। ଭୁବନେଶ୍ଵର ଆରଟିଓ-୨ ଏହି ଜରିମାନା କରିଥିବା ସୂଚନା ମିଳିଛି। କୋରାପୁଟରୁ ଭୁବନେଶ୍ୱର ଯାତାୟତ କରୁଥିବା ଏହି ବସର ପାଖାପାଖି ଦେଢ଼ ବର୍ଷ ଧରି ଟ୍ୟାକ୍ସ ଦିଆଯାଇନି। ଏହାଛଡା ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ଓ ଅନ୍ୟ କେତେକ କାଗଜପତ୍ର ନଥିବାରୁ ଫାଇନ୍‌ କରାଯାଇଥିବା ଆରଟିଓ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।