ଘରୋଇ ବିମାନ ୮୦ ପ୍ରତିଶତ କ୍ଷମତାରେ ଚଳାଚଳ କରିବ

ନୂଆଦିଲ୍ଲୀ : ଘରୋଇ ବିମାନ ଗୁଡିକ ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ୮୦ ପ୍ରତିଶତ କ୍ଷମତା ମଧ୍ୟରେ ଚଳାଚଳ କରିବ। ଦେଶର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ଏହି ଘୋଷଣା କରିଛନ୍ତି।

ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି କରୋନୋ ସଂକ୍ରମଣ ପୁଣି ଉପର ମୁହାଁ ହେବାରୁ କେତେକ ରାଜ୍ୟ ବିମାନ ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଯାହାଫଳରେ ବିମାନ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି। ସେଥିପାଇଁ ମେ’ ୩୧ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ଘରୋଇ ବିମାନରେ ଯାତ୍ରୀଙ୍କ ସଂଖ୍ୟା ୮୦ପ୍ରତିଶତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button