ଘରୋଇ କଳିରୁ ମହିଳା ନଦୀକୁ ଡେଇଁଲେ

0

ରାଉରକେଲା : ଘରୋଇ କଳିରୁ ଆଜି ସକାଳେ ଜଣେ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରି ଗୁରୁତର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରହନ୍ତି ସୁଧା ଲୋହାର ଓ ସ୍ୱାମୀ ମନୋଜ ଲୋହାର। ଗୁରୁବାର ସକାଳେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ କଳି ଲାଗିବାରୁ ସୁଧା ଘରୁ ପଳାଇ ଆସି ରାଉରକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Leave A Reply

Your email address will not be published.