ଘରୋଇ ନର୍ସିଂ ହୋମ ସିଲ

ପୁରୀ: ସତ୍ୟବାଦୀସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମକୁ ଆଜି ପ୍ରଶାସନ ସିଲ କରିବା ସହ ଏହାର ପରିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋଭିଡ-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଇନ ଚାର୍ଜ ଡାକ୍ତର ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ସତ୍ୟବାଦୀସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମ ଚଢ଼ାଉ କରିଥିଲେ ।

ଏ ନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ସମସ୍ତ ଷ୍ଟାଫ କର୍ମଚାରୀଙ୍କୁ କ୍ୱାରେଣ୍ଟିନକୁ ପଠାଯିବା ସହ କଣ୍ଟାକ୍ଟ ଟ୍ରାସିଂ ଜାରି ରଖି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନକୁ କ୍ୱାରେଣ୍ଟିନରେ ରଖାଯିବା ପାଇଁ ପଦକ୍ଷେପ ନିଆଯାଉଛି। ନର୍ସିଙ୍ଗ ହୋମ ସିଲ ବେଳେ ସତ୍ୟବାଦୀ ତହସିଲଦାର ତଥା ଏଗଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସ୍ଥାନୀୟ ଜୟପୁର ପଞ୍ଚାଯତର ସରପଞ୍ଚ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।