ଘରୋଇ ସଂସ୍ଥାରେ ହେବ କରୋନା ଟିକାକରଣ

ନୂଆଦିଲ୍ଲୀ : କରୋନାର ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଟିକାକରଣ ନିୟମ ବଦଳାଇଛନ୍ତି। କେବଳ ଟିକାକରଣ କେନ୍ଦ୍ରରେ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କହିଥିଲେ। ଏବେ ଘରୋଇ ସଂସ୍ଥାରେ ଯୋଗ୍ୟ ବିବେଚିତ ବର୍ଗର ଲୋକମାନଙ୍କୁ କରୋନା ଟିକା ଦିଆଯିବ।

ଯେଉଁ ସଂସ୍ଥାରେ ୧୦୦ ଜଣ ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇଥିବେ ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ ଅନୁମତି ମିଳିଛି। ଆସନ୍ତା ୧୧ ତାରିଖ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ରହିବାକୁ କହିଛନ୍ତି। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button