ଘରୁ ଡାକିନେଇ କାଜୁ ଜଙ୍ଗଲରେ ହତ୍ୟା

ଖୋର୍ଦ୍ଧା : ବୋଲଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ କାଜୁ ଜଙ୍ଗଲରେ ହତ୍ୟା କରାଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଖାରଡ଼ପଲ୍ଲୀ ଗାଁର ଦୁଇଜଣ ଯୁବକ ଗତକାଲି ରାତିରେ ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ହେଲେ ସତ୍ୟସୁନ୍ଦର ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କର କ୍ଷତିବିକ୍ଷତ ମୃତଦେହ ବରଡାଳିଆ କାଜୁ ଜଙ୍ଗଲରୁ ମିଳିଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଲୋକେ ଟାୟାର ଜାଳି କୋଦବାରିଣୀ-ଭାପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାଂକୋଇ ଫାଣ୍ଡି ଓ ବୋଲଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।