Breaking Newsରାଜ୍ୟ

ଘାଟିରେ ଓଲଟିଲା ବସ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗାଡ଼ିଆପଡ଼ା ଘାଟିରେ ଏକ ବସ୍‌ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଓଲଟି ପଡିବା ଫଳରେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇତିନି ଜଣ ଗୁରୁତର ଥିବା କୁହାଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ‘ରାଜା’ ନାମକ ଘରୋଇ ବସ୍ ଗତକାଲି ଟିକାବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ରାତି ପ୍ରାୟ ୧ଟା ପରେ ବସ୍‌ଟି ଗାଡ଼ିଆପଡ଼ା ଘାଟି ଅତିକ୍ରମ କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘାଟିର ଶେଷ ମୁଣ୍ଡରେ ଓଲଟି ପଡ଼ିଥିଲା। ସୂଚନା ପାଇ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।

Back to top button