ଗିଲଗିଟ୍ ଓ ବେଲୁଚିସ୍ତାନକୁ ଅସ୍ଥାୟୀ ରାଜ୍ୟର ମାନ୍ୟତା : ଭାରତ କହିଲା ପାକିସ୍ତାନର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ : ବିବାଦୀୟ ଅଞ୍ଚଳ ଗିଲଗିଟ୍ ଓ ବେଲୁଚିସ୍ତାନକୁ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେଇଛି। ଏହି ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ। ସେ କହିଛନ୍ତି ଜମ୍ମୁ କଶ୍ମୀର ଓ ଲଦାଖ ଭଳି ଗିଲଗିଟ-ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନର ବଳପୂର୍ବକ ପଦକ୍ଷେପକୁ ଭାରତ ବିରୋଧ କରୁଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିଲଗିଟ-ବେଲୁଚିସ୍ତାନ ଗସ୍ତରେ ଆସି ଇମ୍ରାନ ଖାନ୍ କହିଛନ୍ତି ମୋର ଗିଲଗିଟ-ବେଲୁଚିସ୍ତାନ ଆସିବାର ଅନ୍ୟତମ କାରଣ ହେଉଛି ଏହି ଦୁଇ ଅଞ୍ଚଳକୁ ପାକିସ୍ତାନ ସରକାର ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଉଦି ଆରବ ପାକିସ୍ତାନର ମାନଚିତ୍ରରୁ ପିଓକେ ଓ ଗିଲଗିଟ-ବାଲୁଚିସ୍ତାନକୁ ନିଜ ନୋଟରୁ ହଟାଇବା ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି।

ଅନ୍ୟପକ୍ଷରେ ଭାରତ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ୧୯୪୭ ମସିହା ୟୁନିଅନ ଅଫ୍ ଇଣ୍ଡିଆରେ ନିୟମ ଅନୁଯାୟୀ ଗିଲଗିଟ୍ ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନ ମାନବ ଅଧିକାରକୁ ଉଲ୍ଲଂଘନ କରୁଛି। ସାତ ଦଶନ୍ଧି ଧରି ପାକିସ୍ତାନ ଅଧିକୃତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ୱାଧୀନତାର ପ୍ରତ୍ୟାଖ୍ୟାନ ଛପି ରହିବ ନାହିଁ।

ଏହାବ୍ୟତୀତ ଗିଲଗିଟ୍ ଓ ବେଲୁଚିସ୍ତାନର ଲୋକମାନେ ନିଜକୁ ବଳିଦାନ ଦେବାକୁ ପ୍ରସ୍ତୁତ ଥିବା ବେଳେ ପାକିସ୍ତାନକୁ ପୂରାଇବାକୁ ଦେବେ ନାହିଁ ବୋଲି କହିଛନ୍ତି। ସାଧାରଣ ଲୋକମାନେ ପାକିସ୍ତାନକୁ ବିରୋଧ କରିବା ସହିତ ଆନ୍ଦୋଳନ କରୁଛନ୍ତି। ଗିଲଗିଟ୍ ଓ ବେଲୁଚିସ୍ତାନ ଅଞ୍ଚଳର ମୂଳ ବାସିନ୍ଦାମାନେ ପାକିସ୍ତାନ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ପାକିସ୍ତାନୀ ସେନା ଦ୍ୱାରା ଲୋକଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଉଛି।

ମତାମତ ଦିଅନ୍ତୁ ।