ଗିରୀଶ ମୁର୍ମୁ ହେଲେ ଆଇପିୟୁ ଅଡ଼ିଟର

ନୂଆଦିଲ୍ଲୀ : ଓଡ଼ିଆ ପୁଅ ଗିରିଶ ମୁର୍ମୁ ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ (ଆଇପିୟୁ)ରେ ଏକ୍ସଟରନାଲ ଅଡ଼ିଟର ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପଦବୀରେ ସେ ତିନି ବର୍ଷ ରହିବେ। ଏବେ ଦେଶର ୧୪ତମ ସିଏଜି ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ସ୍ୱିଜରଲ୍ୟାଣ୍ଡ ସ୍ଥିତ ସୁପ୍ରିମ୍ ଅଡିଟ୍ ଇନଷ୍ଟିଚ୍ୟୁଟରେ ଦାୟିତ୍ୱ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ ସିଏଜିରେ ନିଯୁକ୍ତ ପୂର୍ବରୁ ଗିରୀଶ ମୁର୍ମୁ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଥିଲେ। ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ମୁର୍ମୁ ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର। ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ଅନ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ଥିଲେ।

ମତାମତ ଦିଅନ୍ତୁ ।