ବୟଫ୍ରେଣ୍ଡକୁ ମାରିବାକୁ ଗର୍ଲଫ୍ରେଣ୍ଡ ଦେଲା ଯୌନ ସମ୍ପର୍କର ଅଫର

ନୂଆଦିଲ୍ଲୀ : ପ୍ରେମିକକୁ ହତ୍ୟା ପାଇଁ ପ୍ରେମିକା ସାଜିଲା ସଇତାନ। ପ୍ରେମିକକୁ ହତ୍ୟା କଲେ ୧.୫ ଲକ୍ଷ ଟଙ୍କା ସହ ଶାରୀରିକ ସମ୍ପର୍କ ରଖିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି।
ନାଗପୁର ଅଞ୍ଚଳର ଚନ୍ଦୁ ମହାପୁର। ଯିଏ ଜୀବନଠୁ ଅଧିକ ଭଲ ପାଉଥିଲେ ୨୦ ବର୍ଷୀୟ ଯୁବତୀଙ୍କୁ। ଯୁବତୀ ମଧ୍ୟ ଚନ୍ଦୁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଚନ୍ଦୁ ନିଜର ବୈବାହିକ ସମ୍ପର୍କ ବିଷୟରେ ପ୍ରେମିକାଙ୍କୁ କହିନଥିଲେ। ତେବେ କୌଣସି ପ୍ରକାରେ ପ୍ରେମିକା ଜାଣିବାକୁ ପାଇଲେ ତାଙ୍କ ପ୍ରେମିକ ଜଣେ ବିବାହିତ। ଏକଥା ଜାଣିବା ପରେ ପତ୍ନୀଙ୍କ ସହ ସମ୍ପର୍କ ତୁଟାଇବାକୁ ଚନ୍ଦୁଙ୍କୁ ବାଧ୍ୟ କରିଥିଲେ ତାଙ୍କ ପ୍ରେମିକା। ହେଲେ ଚନ୍ଦୁ ଏଥିରେ ରାଜି ହୋଇନଥିଲେ। ଏହାପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ପ୍ରେମିକା। ଆଉ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ କରିଥିଲେ ଷଡ଼ଯନ୍ତ୍ର। ଏଥିରେ ମୋହରା ବନାଇଲେ ଚନ୍ଦୁର ସାଙ୍ଗ ତଥା ଦୂର ସମ୍ପର୍କୀୟ ଭରତ ଗୁଜରକୁ। ଚନ୍ଦୁକୁ ହତ୍ୟା କଲେ ୧.୫ ଲକ୍ଷ ଟଙ୍କା ଦେବା ସହିତ ଶାରୀରିକ ସମ୍ପର୍କ ରଖିବ ବୋଲି ଭରତକୁ ଯୁବତୀ ଜଣଙ୍କ ପ୍ରତିଶ୍ରୁତି ଦେଇଥିଲେ। ଚନ୍ଦୁ ସହିତ ଭରତର ଆର୍ଥିକ ବିବାଦ ଥିବାରୁ ସେ ଯୁବତୀଙ୍କ ଅଫରରେ ରାଜି ହୋଇଯାଇଥିଲା।
ଯୋଜନା ଅନୁଯାୟୀ ଚନ୍ଦୁ ମହପୁରକୁ ଡାକିଥିଲା ଭରତ ଗୁଜର। ଆଉ ଏକାଠି ହୋଇ ମଦ ପିଇଥିଲେ। ମଦ ନିଶାରେ ଚୁର ହେବା ପରେ ଚନ୍ଦୁର ମୁଣ୍ଡକୁ ପ୍ରବଳ ଆଘାତ ଦେଇଥିଲା ଭରତ। ପରେ ଗଳା କାଟି ହତ୍ୟା କରିଥିଲା। ଏହାପରେ ମୃତ ଦେହକୁ ସାଲାଇମେଣ୍ଡା ସ୍ଥିତ ଏକ ପରିତ୍ୟକ୍ତ କ୍ରସର ଖାଦାନରେ ୨୦୦ ଫୁଟ ତଳକୁ ପକାଇ ଦେଇଥିଲା। ଦୁର୍ଭାଗ୍ୟକୁ ବାଇକରେ ଉଭୟ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା। ଆଉ ତାପରେ ସେ ଧରାପଡ଼ିଥିଲା। ଅଧା ରହିଯାଇଥିଲା ୧.୫ ଲକ୍ଷ ଟଙ୍କା ଓ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ।