‘ଗ୍ଲୋବାଲ ଏନର୍ଜୀ ଏଣ୍ଡ ଏନଭାରନମେଣ୍ଟ ଲିଡରସିପ୍’ ସମ୍ମାନରେ ମୋଦି ସମ୍ବର୍ଦ୍ଧିତ ହେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ‘ସେରା ୱିକ୍ ଗ୍ଲୋବାଲ ଏନର୍ଜୀ ଏଣ୍ଡ ଏନଭାରନମେଣ୍ଟ ଲିଡରସିପ୍’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ପୁରସ୍କାରକୁ ପ୍ରଧାମନ୍ତ୍ରୀ ତାଙ୍କ ମାତୃଭୂମି ଭାରତର ଲୋକଙ୍କୁ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଭାଷାର ଭାରତୀୟ ସାହିତ୍ୟ ପଢନ୍ତୁ ନିଶ୍ଚିତ ଜାଣିପାରିବେ ପ୍ରକୃତି ସହ ଭାରତୀୟଙ୍କ ସମ୍ପର୍କ କିପରି ନିବିଡ। ତେଣୁ ପୁରସ୍କାରକୁ ସେ ଭାରତର ଗୌରବାବହ ପରମ୍ପରା ଲାଗି ସମର୍ପିତ କରୁଥିବା କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଭାରତୀୟଙ୍କ ଲାଗି ମହାତ୍ମା ଗାନ୍ଧିଙ୍କ ରୂପରେ ମହାନ ପରିବେଶ ମାର୍ଗଦର୍ଶକ ମଧ୍ୟ ଅଛନ୍ତି। ତାଙ୍କ ପ୍ରଦର୍ଶିତ ମାର୍ଗର ଆମେ ଅନୁସରଣ କଲେ ଜୈନନ୍ଦିନ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସହଜ ସମାଧାନ ହୋଇପାରିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମାଙ୍କ ପୋରବନ୍ଦରସ୍ଥିତ ଘରକୁ ଆସିବା ଲାଗି ସମସ୍ତଙ୍କୁ ଆମନ୍ତ୍ରିତ କରିଛନ୍ତି। ଯେଉଁଠି ଜଳ ସଂରକ୍ଷଣର ବ୍ୟବହାରିକ ଉଦାହରଣ ଆପଣ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି। ସେହିପରି ଭାରତ ୨୦୨୧ରେ ୩୭ ନିୟୁତ ଏଲଇଡି ବଲବ୍ ବ୍ୟବହାର କରୁଥିବା ଦେଶରେ ପରିଣତ ହୋଇଛି। ଏହାଦ୍ୱାରା ଦେଶର ଶକ୍ତି ସଞ୍ଚୟ ହୋଇପାରିଥିବା ବେଳେ ପ୍ରତିବର୍ଷ ୩୮ ନିୟୁତ ଟନ୍ ସିଓ-୨ଉତ୍ସର୍ଜନ ହ୍ରାସ କରାଯାଇପାରିଛି।