ଆସନ୍ତା ବର୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ୫ଜି ସେବା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ୪୩ତମ ଏଜିଏମ୍ ପ୍ରାରମ୍ଭ ହେବାମାତ୍ରେ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି । ଇଂଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ଜିଓରେ ୩୩୭୩୭କୋଟି ବିନିଯୋଗ କରି ୭.୭ପ୍ରତିଶତ ସେୟାର କିଣିବ।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହେଉଥିବା ଏହି ବୈଠକରେ ମୁକେଶ ଘୋଷଣା କରିଛନ୍ତି ୫୦୦ ସ୍ଥାନରୁ ୧ଲକ୍ଷରୁ ଊର୍ଦ୍ଧ୍ୱ ସେୟାର ହୋଲଡର୍ ସାମିଲ ହେବେ। ଆସନ୍ତା ବର୍ଷ ସୁଦ୍ଧା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ୫ଜି ପ୍ରଯୁକ୍ତି ବିଦ୍ୟା ଭାରତରେ ଆରମ୍ଭ ହେବ। ଏଥିପାଇଁ ଏବେ ୫ଜି ସମାଧାନ ଆରମ୍ଭ କରାଯାଇଛି। ଏହି ସମାଧାନ ଦ୍ୱାରା ଭାରତରେ ୫ଜି ସେବା ମିଳିପାରିବ। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏହାର ଫାଇଦା ପାଇବ। ୧୦୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ନେଟୱର୍କ ଆରମ୍ଭ ହେବ। ଖୁବଶୀଘ୍ର ହେବ ଟ୍ରାଏଲ ଆରମ୍ଭ। ଆସନ୍ତା ବର୍ଷ ଠାରୁ ବଜାର ପ୍ରବେଶ କରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

ମତାମତ ଦିଅନ୍ତୁ ।