ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ସମ୍ବଲପୁର : ଧନୁପାଲି ଥାନା ସୁନାପାଲିରେ ଗୋଷ୍ଠୀ ସଂଘର୍ଷ ଘଟି ସରଲାକାନିର ବାଙ୍କେ ଓରାମଙ୍କର ମୃତ୍ୟୁ ଘଟିଛି। ଲବ ଓରାମ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପେସାରେ ଦୁଇ ଯୁବକ ରଙ୍ଗ ମିସ୍ତ୍ରୀ। କିନ୍ତୁ ସେମାନଙ୍କୁ କହିଙ୍କୁ ଆକ୍ରମଣ କରାଗଲା ଓ କେଉଁମାନେ ଏପରି କରିଛନ୍ତି ତା’ର କୋଣସି ସୂଚନା ପୋଲିସକୁ ମିଲିନି। ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।