ଗୋଟିଏ ଗାଁରେ ୧୫୯ କରୋନା ଆକ୍ରାନ୍ତ: ଅନିଦ୍ଧିଷ୍ଟ କାଳ୧୪୪ ଧାରା

ବୌଦ୍ଧ : ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗାଁ ବୌଦ୍ଧ ଜିଲ୍ଲାର କରୋନା ହଟସ୍ପଟ ପାଲଟିଛି। ଏହି ଗାଁ’ରୁ ଆଜି ଚିହ୍ନଟ ହୋଇଛନ୍ତି ୧୧୫ ଜଣ କରୋନା ଆକ୍ରାନ୍ତ। ପୂର୍ବରୁ ୫୪ଜଣ ସଂକ୍ରମିତ ହୋଇଥିବାରୁ ଏବେ ସଂଖ୍ୟା ୧୫୯ରେ ପହଂଚିଛି। ସେଥିପାଇଁ ଜିଲ୍ଲାପ୍ରଶାସନ ଶୁକ୍ରବାର ଠାରୁ ନାରାୟଣନଗରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରିଛି।

ଆଜି ସୁଦ୍ଧା ମୋଟ ୪୨୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଜଣାଯାଇଛି। ତେବେ ଆଣ୍ଟିଜେନ୍‌ ପରୀକ୍ଷାରେ ଗାଁର ସଂଖ୍ୟାଧିକ ଲୋକଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ସମସ୍ତ ସଂକ୍ରମିତଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ଦ୍ଵାରା ଜାରି ନିୟମ ଅନୁସାରେ ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ମାତ୍ର କିଛି ଲକ୍ଷଣ ନାହିଁ ସେମାନେ ଗୃହାବଦ୍ଧ ରହିବେ।

ତେବେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ୱାସ୍ଥ୍ୟ ଟିମ୍‌ ଯୋଗାଯୋଗରେ ରହିବେ ଓ ଗାଁକୁ ସ୍ୱତନ୍ତ୍ର ଭାବେ ଏକ ଆମ୍ବୁଲାନସ୍‌ ଯୋଗାଇ ଦିଆଯିବ। ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବ ସେମାନଙ୍କୁ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପଞ୍ଚାୟତ ପକ୍ଷରୁ ସେମାନଙ୍କ ନିକଟକୁ ପହଞ୍ଚାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀମେହେର ଘୋଷଣା କରିଛନ୍ତି।

ମତାମତ ଦିଅନ୍ତୁ ।