ଗୋଟିଏ ଅଙ୍ଗୁରର ଦାମ ୩୫ ହଜାର ଟଙ୍କା

ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର। ଗୋଟିଏ ଦାନାର ମୂଲ୍ୟ ୩୫ ହଜାର ଟଙ୍କା। ଏହା ବଜାରରେ ବିକ୍ରି ନହୋଇ ନିଲାମ କରାଯାଏ। ସର୍ବାଧିକ ଟଙ୍କା ଦେବାକୁ ନିଲାମ ଡ଼ାକିଥିବା ବ୍ୟକ୍ତିଙ୍କୁ ମିଳେ ଏହି ଅଙ୍ଗୁର।

ଭାରତରେ ଲୋକେ ସବୁଜ ଓ କଳା ଅଙ୍ଗୁରକୁ ପସନ୍ଦ କରନ୍ତି। କିନ୍ତୁ ଜାପାନରେ ମିଳୁଥିବା ରୁବି ରୋମାନ୍ ଅଙ୍ଗୁର ଏସବୁ ଠାରୁ ଆଗରେ। ଏହି ଅଙ୍ଗୁରର ଦାନା ଗୁଡିକ ଟମାଟୋ ଆକାରର ଓ ବହୁତ ମିଠା। ଯାହା ସମସ୍ତେ ଜାଣନ୍ତି। ଜାପାନର ଏକ କମ୍ପାନୀ ଦ୍ୱାରା ଏହା ପ୍ରସ୍ତୁତ। ଇଶିକାୱା ପ୍ରି-ଫ୍ରାକ୍ଟାଲ୍ ବ୍ୟତୀତ ଆଉ କେହି ଏହାକୁ ଚାଷ କରନ୍ତି ନାହିଁ। ଲୋକମାନେ ଅଙ୍ଗୁର ପାଇଁ ଟେଣ୍ଡର କରନ୍ତି। ଶେଷଥର ନିଲାମରେ ଏହାର ୨୪ଟି ଦାନା ୮ ଲକ୍ଷ ୧୭ ହଜାରରେ ବିକ୍ରି ହୋଇଥିଲା। ଅର୍ଥାତ୍ ଗୋଟିଏ ଦାନାର ମୂଲ୍ୟ ଥିଲା ୩୫ ହଜାର ଟଙ୍କା। ଯଦି ସେହି ଆଧାରରେ ଆକଳନ କରାଯାଏ, ତେବେ ଏହି ଅଙ୍ଗୁର ଏକ କିଲୋ ବଦଳରେ ଅନେକ ଗ୍ରାମ ସୁନା କିଣାଯାଇପାରିବ।

ସମ୍ବନ୍ଧିତ ଖବର
between image and heading

Comments are closed.