ଗୋଟିଏ ଦିନରେ ଆକାଶଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ପଠାଇଥିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଛନ୍ତି ପାଠକ ବାପା-ପୁଅ। ପୋଲିସ ଦୁହିଁଙ୍କୁ ଜେରା କରୁଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସନ୍ଦେହ ଘେରକୁ ଆସିଛନ୍ତି। ଭିଜିଲାନ୍ସ ତଦନ୍ତରୁ ପ୍ରମାଣ ମିଳିଛି ଆକାଶ ଓ ପ୍ରଦୀପଙ୍କ ମଧ୍ୟରେ ହୋଇଥିବା ଟଙ୍କା କାରବାର। ଚଳିତବର୍ଷ ଅଗଷ୍ଟ ୨୫ରେ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟା ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।

ସେହିପରି ସେପଟେମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ପଠାଯାଇଛି। ପ୍ରଦୀପ ପାଣିଗ୍ରାହୀ ଏହି ଟଙ୍କା ଆକାଶଙ୍କ ଆକାଣ୍ଟକୁ କାହିଁକି ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ ପ୍ରଦୀପଙ୍କ ସହ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା କାରବାର କରିଛନ୍ତି। ୨୦୨୦ ସେପେଟମ୍ବର ୨ ତାରିଖରେ ଗୁରୁମୂର୍ତ୍ତି ଅଏଲ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରଯାଇଛି। ସୂର୍ଯ୍ୟ ଫିଲିଂ ଷ୍ଟେସନ ଓ ରବୀନ୍ଦ୍ର ସାହୁଙ୍କ ତରଫରୁ ମଧ୍ୟ ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ପଠାଯାଇଥିବାରୁ ଭିଜିଲାନ୍ସ ଏସବୁ କାରବାରର ମୂଳକୁ ପଂହଚିବାକୁ ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।