ଗୋଟିଏ ଡୋଜ୍‌ ଟିକା ୫୦ ପ୍ରତିଶତ ସଂକ୍ରମଣ ବେଗ ରୋକିବାକୁ ସକ୍ଷମ

0

ଲଣ୍ଡନ : କରୋନା ଟିକାର ଗୋଟିଏ ଡୋଜ୍‌ ସଂକ୍ରମଣ ଗତି ୫୦ ପରିଶତ ହ୍ରାସ କରିବାକୁ ସକ୍ଷମ। ବ୍ରିଟେନରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି।

ପବ୍ଲିକ ହେଲ୍ଥ ଇଂଲଣ୍ଡ (ପିଏଚ୍‌ଇ) ଗବେଷଣା ରିପୋର୍ଟରେ କୁହାଯାଇଛି ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକା ଗୋଟିଏ ଡୋଜ ନେଇଥିବା ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ କମ। ଟିକା ପ୍ରଥମ ଡୋଜ୍‌ ନେବାର ୩ ସପ୍ତାହ ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ପରିବାର ଲୋକ ୩୮ରୁ ୪୯ ପ୍ରତିଶତ କମ ସଂକ୍ରମିତ ହେବା ଆଶଙ୍କା ରହିଛି। ଯେଉଁମାନେ ଟିକା ନେଇନଥିବା ବ୍ୟକ୍ତିଙ୍କ ଠାରୁ କରୋନା ଦ୍ରୁତଗତିରେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛି।

ବ୍ରିଟିଶ ହେଲଥ ସଚିବ ମ୍ୟାଟ ହାନକୋକ କହିଛନ୍ତି ଆମେ ପୂର୍ବରୁ ଜାଣିଥିଲୁ ଟିକା ଲୋକଙ୍କ ଜୀବନ ବଞ୍ଚାଉଛି। ଟିକାକୁ ନେଇ ଏବେ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ୱସ୍ତ କରିଥିବା ବେଳେ ପ୍ରାଣଘାତୀ କରୋନା ସଂକ୍ରମଣ ବେଗକୁ ହ୍ରାସ କରିବାକୁ ଟିକା ସକ୍ଷମ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଏହି ମହାମାରୀରୁ ମୁକୁଳିବା ପାଇଁ ଟିକା ହିଁ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ସେ କହିଛନ୍ତି।

Leave A Reply

Your email address will not be published.