ଗୋଟିଏ ଗାଁ’ରେ ୧୧୯ କରୋନା ପଜିଟିଭ

ତିରୁବନନ୍ତପୁରମ୍‌ : କେରଳ ତିରୁବନନ୍ତପୁରମ୍ ଜିଲ୍ଲା ଅନ୍ତର୍ଗତ ପୂନ୍ତୁରା ଗାଁ’ରେ ୧୧୯ ଜଣ କରୋନା ପଜିଟିଭ୍। ଏହା ଘଟଣା ଜଣାପଡିବା ପରେ ଜଣାପଡ଼ିବା ପରେ ଗାଁ’କୁ ୨୫ ଜଣ କମାଣ୍ଡୋଙ୍କ ଦ୍ଵାରା କର୍ଡନ୍ କରାଯାଇଥିବା ଜଣାପଡିଛି। ଏପରି କରାଯିବାର କାରଣ ହେଲା ପୂନ୍ତୁରା ଗାଁରୁ ୬୦୦ ସ୍ଵାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୧୧୯ଟି ରିପୋର୍ଟ ପଜିଟିଭ୍ ବାହାରିଥିବା ବେଳେ ୫୪ଟି ନମୁନା ସ୍ଥାନୀୟ ସଂକ୍ରମଣ ବୋଲି ବୁଧବାର ଜଣାପଡ଼ିଥିଲା।

ଅନ୍ୟପକ୍ଷରେ ଜିଲ୍ଲା ମହାମାରୀ ନିୟନ୍ତ୍ରଣ କଟକଣାର ଦାୟିତ୍ଵରେ ଥବା ମନ୍ତ୍ରୀ କଦମପାଲ୍ଲୀ ସୁରେନ୍ଦ୍ରନ୍ କହିଛନ୍ତି ସେହି ଗାଁରେ ଜଣେ ସୁପରସ୍ପ୍ରେଡର୍‌ଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ପାଇଁ ଦ୍ରୁତ ବେଗରେ ସ୍ଥାନୀୟ ସଂକ୍ରମଣ ବଢ଼ିଛି। ତେଣୁ ସ୍ଵାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରି ତିନୋଟି ୱାର୍ଡକୁ କ୍ରିଟିକାଲ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଓ ପାଞ୍ଚଟି ୱାର୍ଡକୁ ବଫର ‌ଜୋନ୍‌ ଘୋଷଣା କରିଛନ୍ତି।

ଏହାବ୍ୟତୀତ ପୂନ୍ତୁରା ଗାଁ’ରେ ୨୫ଜଣ କମାଣ୍ଡୋଙ୍କ ସହ ୬ଟି ସ୍ଵାସ୍ଥ୍ୟକର୍ମୀ ଟିମ୍ ମୁତୟନ କରାଯାଇଛି। ଗାଁ ଭିତରକୁ କାହାରିକୁ ଛଡ଼ାଯାଉନାହିଁ। ଗାଁର ମତ୍ସ୍ୟଜୀବୀ ମାଛଧରିବା ପାଇଁ ତାମିଲନାଡୁକୁ ଯାଉଥିବାରୁ ସମୁଦ୍ରରେ ମଧ୍ୟ ଲଗାଯାଇଛି ଲକ୍‌ଡାଉନ୍ କଟକଣା। ଗାଁ’ର କୌଣସି ଲୋକଙ୍କୁ ରାଜ୍ୟ ସୀମା ପାରହୋଇ ତାମିଲିନାଡୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ତିରୁବନନ୍ତପୁରମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛମରାକୁ ନିଷେଧ କରାଯାଇଛି।

ମତାମତ ଦିଅନ୍ତୁ ।