ଗୋଟିଏ ଗାଁରୁ ୭୦ ପଜିଟିଭ

ବଲାଙ୍ଗିର : ସଦର ବ୍ଲକ ବୈଦିପାଲି ପଂଚାୟତର ବରଗାଁରୁ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ କୌଣସି ଲୋକଙ୍କର କିଛି ଲକ୍ଷଣ ନଥିବାରୁ ରିପୋର୍ଟକୁ ଗାଁ ଲୋକେ ବିଶ୍ୱାସ କରୁନାହାନ୍ତି। ଆଉ ଥରେ ଅନ୍ୟ ସ୍ଥାନରେ ଆର.ଟି.ପି.ସି.ଆର ପରୀକ୍ଷାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ୧୮ ତାରିଖରେ ବୈଦିପାଲି ଗାଁର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତା’ପରେ ବରଗାଁରେ ଚୁଡାପାଲି ମେଡିକାଲ ଟିମ୍‌ ଦ୍ୱାରା ଗ୍ରାମବାସୀଙ୍କର ଆର.ଟି.ପି.ସି.ଆର ପରୀକ୍ଷା କରାଯିବାରୁ ୭୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେନାହିଁ। ଗତକାଲି ପୋଲିସ ଓ ମେଡିକାଲ ଟିମ ସେହି ଗାଁକୁ ଯାଇଥିବା ବେଳେ ଲୋକେ ୫ ଘଣ୍ଟାଧରି ସେମାନଙ୍କୁ ଅଟକ ରଖିଥିଲେ। ଅନ୍ୟତ୍ର ପରୀକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇବା ପରେ ମେଡିକାଲ ଟିମକୁ ଛାଡିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପଜିଟିଭ ଚିହ୍ନଟ କରି ଅର୍ଥ ଆତ୍ମସାତ କରାଯାଉଛି। ପଜିଟିଭ ଚିହ୍ନଟ କରି ଆମ ଗାଁକୁ ନିନ୍ଦା ଓ ଅପବାଦ ଦେଇଛନ୍ତି। ଯାହାଫଳରେ ଆମେ ଦୋକାନ-ବଜାର କେଉଁଠିକୁ ଯାଇପାରୁନି। ଲୋକମାନେ ଆମକୁ ଅଛୁଆଁ ପରି ବ୍ୟବହାର କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button