ଗୋଟିଏ ମାଛର ଦାମ ୧ ଲକ୍ଷ ୭୬ ହଜାର

ଚାନ୍ଦବାଲି : ଗୋଟିଏ ମାଛ ପାଇଁ ଲକ୍ଷପତି। କରୋନା ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏହା ଦେଖିବାକୁ ମିଳିଛି। ମାଛଟି ୧ଲକ୍ଷ ୭୬ ହଜାର ଟଙ୍କାରେ ବିକ୍ରି ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ରାଜନଗାର ତାଳଚୁଆ ଅଞ୍ଚଳର ଜଣେ ଧୀବର ସମୁଦ୍ରରୁଏହି ମାଛକୁ ଧରିଥିଲେ। ବିକ୍ରି ପାଇଁ କରୋନା କଟକଣାଥିବାରୁ କୋଲକାତା ଯାଇନପାରି ଚାନ୍ଦବାଲି ଚନ୍ଦିନୀପାଳ ଅଞ୍ଚଳକୁ ଚାଲିଆସିଥିଲେ। ନନ୍ଦମଣ୍ଡଳ ନାମକ ଜଣେ କଣ୍ଟା ମାଲିକଙ୍କ ନିକଟରେ ମାଛର ନିଲାମ ଡ଼କାଯାଇଥିଲା। ୨୨କେଜିର ଏହି ବିରାଟ ମାଛକୁ ନେବାକୁ ନିଲାମଧାରୀଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଦର ୬ହଜାରରୁ ବଢ଼ି ୮ହଜାରରେ ପହଞ୍ଚିବା ପରେ ମୁମ୍ବାଇର ଏକ ମେଡ଼ିସିନ କମ୍ପାନି ମାଛଟିକୁ କିଣିଥିଲା। ଦାମ ହୋଇଥିଲା ୧ଲକ୍ଷ ୭୬ହଜାର ଟଙ୍କା। ତେବେ ଲୋକେ କହୁଛନ୍ତି ପୂର୍ବରୁ ସମାନ ପ୍ରକାରର ଦୁଇଟି ମାଛକୁ କେଜି ୬ ହଜାର ଟଙ୍କାରେ ବିକ୍ରି କରାଯାଇଛି। ହେଲେ ତେଲିଆ ମାଛ କେଜି ପିଛା ୮ ହଜାର ଟଙ୍କା କେବେ ବିକ୍ରି ହୋଇନଥିଲା।

ମତାମତ ଦିଅନ୍ତୁ ।