ଗୋଟିଏ ମିନିଟରେ ୬୦୦ ଗୁଳି : ଭାରତରେ ତିଆରି ହୋଇଛି ଏହି ବନ୍ଧୁକ

କାନପୁର : କାନପୁରର ସ୍ମଲ ଆର୍ମସ ଫ୍ୟାକ୍ଟ୍ରି ଶତ୍ରୁଙ୍କ ପାଇଁ ତାରି କରିଛି ମାରାତ୍ମକ ହତିଆର। ଏଲଏମଜି ବେଲ୍ଟଫେଲଟ ନାମରେ ନାମିତ ଏହି ବନ୍ଧୁକରୁ ଗୋଟିଏ ମିନିଟରେ ଫାୟାରିଂ କରିପାରୁଛି ୬୦୦ ଗୁଳି। ସ୍ମଲ ଆର୍ମସ ଫ୍ୟାକ୍ଟ୍ରି ଓ ଏଡିଆର ପୁଣେ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ପୂର୍ବରୁ ସମସ୍ତ ଲାଇଟ ମେସିନ ଗନ ବା ଏଲଏମଜିରେ ମାଗାଜିନ ସଂଯୋଗ କରାଯାଉଥିବା ବେଳେ ଏଥିରେ ଗୁଳିବେଲ୍ଟ ଲଗାଯାଇଛି। ପ୍ରତିଟି ବେଲ୍ଟରେ ୫୦ଟି ବୁଲେଟ୍ ଥିବାବେଳେ ଏହାକୁ ସିଙ୍ଗଲ୍ ସଟ୍ ଓ ସ୍ୱୟଂଚାଳିତ ସଟରେ ମଧ୍ୟ ଗୁଳି କରାଯାଇପାରିବ। ସିଙ୍ଗଲ୍ ସଟରେ ଗୋଟିଏ ଗୁଳି ବାହାରିବାର ବ୍ୟବସ୍ଥା ଥିବାବେଳେ ସ୍ୱୟଂଚାଳିତ ସଟରେ ସ୍ୱୟଂଚାଳିତ ଟ୍ରିଗରକୁ ଦବାଇବା ସମୟରେ ୫୦ଟି ଗୁଳି ଏକାସାଙ୍ଗରେ ବାହାରିବ।

ସେହି ଅନୁସାରେ ଏକ ମିନିଟରେ ବନ୍ଧୁକରୁ ୬୦୦ଟି ଗୁଳି ଫାୟାରିଂ କରାଯାଇପାରିବ। ଏହି ଗୁଳିର କ୍ଷମତା ୮୦୦ ମିଟର ଯାଏଁ ଥିବାବେଳେ ବିଭିନ୍ନ ପରୀକ୍ଷଣରେ ଏହାକୁ ପରୀକ୍ଷା କରାଯାଇଛି। ବନ୍ଧୁକର ଓଜନ ପ୍ରାୟ ୯.୭ କିଲୋଗ୍ରାମ। ଯାହାକୁ ଟ୍ରାଇପଡ଼ ମାଧ୍ୟମରେ ସଂଯୋଗ କରାଯାଇପାରିବ। ଏହି ବନ୍ଧୁକର ସଫଳ ପରୀକ୍ଷା ସରିଛି। କେବଳ ଭାରତୀୟ ସେନାରେ ସାମିଲ ବାକିଅଛି।

Leave a Reply

Your email address will not be published. Required fields are marked *

Back to top button