ଗୋଟିଏ ପରିବାରର ୪ଜଣଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ଜୟପୁର କନୌତା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଯାମରୋଲି ରାଧିକା ବିହାର ଅଲବରରେ ରହୁଥୁବା ଗୋଟିଏ ପରିବାରର ୪ଜଣ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ରହିଛନ୍ତି ପରିବାରର ମୁଖ୍ୟ ସଦାଶିବ ଦେସାଇ, ପତ୍ନୀ ଓ ଦୁଇ ପୁଅ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ସଦାଶିବ ୫ ବର୍ଷ ହେଲା ସେଠାରେ ରହି ଜୟପୁରରେ ଗହଣା ତିଆରି କାମ କରୁଥିଲେ। ପରିବାର ମୁଣ୍ଡରେ ଋଣ ବୋଝ ଥିଲା। ପ୍ରତିଦିନ ଲୋକେ ଟଙ୍କା ମାଗିବାକୁ ଯାଉଥିଲେ। ଗତକାଲି ଅପରାହ୍ନରେ ଜଣେ ମହିଳା ତାଙ୍କ ଘରକୁ ଯାଇଥିଲେ। ବାକି ଟଙ୍କା ନଦେବାରୁ ଅପମାନ କରିଥିଲେ। ସେଥିପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।