Breaking Newsରାଜ୍ୟ
ଆଦର୍ଶ ବିଦ୍ୟାଳୟ ସହିତ ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା : ସମୀର ଦାଶ

ଭୁବନେଶ୍ଵର : ସିବିଏସଇ ବୋର୍ଡ ୧୦ମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ତାରିଖ ଘୋଷଣା କରିସାରିଛି। କିନ୍ତୁ ରାଜ୍ୟରେ ସ୍କୁଲ କେବେ ଖୋଲିବ ନିଷ୍ପତ୍ତି ନେଇପାରୁୁନି ଗଣଶିକ୍ଷା ବିଭାଗ।। ଯାହାକି ଛାତ୍ରଛାତ୍ରୀଙ୍କୁ ଦ୍ଵନ୍ଦ୍ଵରେ ପକାଇଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କେବଳ ତାରିଖ ବଦଳାଇ ଚାଲିଥିବାରୁ ଏହାକୁ ଦେଖି ଅଭିଭାବକ କହିଲେଣି ମନ୍ତ୍ରୀଙ୍କ ହାତରେ କିଛି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେବେ ସେହି ତାରିଖରେ ସ୍କୁଲ ଖୋଲିବ।
ଅନ୍ୟପକ୍ଷରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ସିବିଏସଇ ପରୀକ୍ଷା ତାରିଖ ଘୋଷଣା ଆଧାରରେ ଆଦର୍ଶ ବିଦ୍ୟାଳୟ ସହିତ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେ ନେଇ କିପରି ବ୍ୟବସ୍ଥା କରାଯିବ ବିଚାର ବିମର୍ଷ ଚାଲିଛି। କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ରହିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ କଥା ଆଗ। ତେବେ ସ୍କୁଲ ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ମନ୍ତ୍ରୀ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି।