ଗ୍ରାହକଙ୍କ ପାଇଁ ଏସ୍‌ବିଆଇ ଓ ପିଏନ୍‌ବିର ପୂଜା ଅଫର୍‌

ନୂଆଦିଲ୍ଲୀ : ଆଗକୁ ପାର୍ବଣ ଋୁତୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ଭାରତର ଦ୍ଵିତୀୟ ବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଗ୍ରାହକଙ୍କ ପାଇଁ ମେଗା ‘ଫେଷ୍ଟିଭାଲ୍‌ ବୋନାଞ୍ଜା ଅଫର’ ଘୋଷଣା କରିଛି। ଏହି ଅଫରରେ ହାଉସିଂ ଲୋନ ଓ କାର୍‌ ଲୋନ୍‌ ଭଳି ବଡ଼ ରିଟେଲ୍‌ ପ୍ରଡକ୍ଟସ୍‌ ଉପରେ ପ୍ରୋସେସିଂ ଫି ଓ ଡକ୍ୟୁମେଣ୍ଟେସନ୍‌ ଚାର୍ଜ ଆଉ ଦୋବକୁ ପଡ଼ିବ ନାହିଁ।

ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସ୍‌ବିଆଇ ହୋମ୍‌ ଲୋନ୍‌ ପାଇଁ ୩ଟି ବଡ଼ ଘୋଷଣା କରିଛି। ଏଣିକି ହୋମ୍‌ ଲୋନ୍‌ ପାଇଁ ଆବେଦନ ଫି ଆଉ ଦେବାକୁ ପଡ଼ିବ ନାହିଁ। ସିଭିଲ୍‌ ସ୍କୋର ଭଲ ଥିଲେ ୩୦ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଋଣ ଉପରେ ୧୦ ବେସିସ୍‌ ପଏଣ୍ଟ ରିହାତି ମିଳିବ। ଏହାବ୍ୟତୀତ ଏସ୍‌ବିଆଇ ୟୋନୋ ଜରିଆରେ ହୋମ୍ ଲୋନ୍‌ ଆବେଦନ କଲେ ଅଧିକ ୫ ପ୍ରତିଶତ ବେସିସ୍‌ ପଏଣ୍ଟ ମିଳିବ ବୋଲି ଜଣାପଡ଼ିଛି।

ଦେଶରେ ୧୦,୮୯୭ ପିଏନବି ଶାଖାର ଗ୍ରାହକମାନେ ଡିଜିଟାଲ୍‌ ମାଧ୍ୟମ ଜରିଆରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇପାରିବେ। ୧ ସେପ୍ଟେମ୍ବର ୨୦୨୦ରୁ ଆରମ୍ଭ ହୋଇଥିବା ଏହି ମେଗା ଅଫର ମାଧ୍ୟମରେ ଗ୍ରାହକମାନେ ୭.୧୦ ପ୍ରତିଶତ ଦରରେ ଘର ଋଣ ଓ ୭.୫୫ ପ୍ରତିଶତ ଦରରେ କାର୍‌ ଲୋନ୍‌ ପାଇପାରିବେ ବୋଲି ପିଏନବି ପକ୍ଷରୁ ସୂଚନା ମିଳିଛି।

ମତାମତ ଦିଅନ୍ତୁ ।