ଗ୍ରୀନ୍‌ ଫଙ୍ଗସ୍‌ : ଇନ୍ଦୋରରୁ ପ୍ରଥମ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗ୍ରୀନ୍‌ ଫଙ୍ଗସ୍‌ ଆତଙ୍କ। କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରଥମେ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୫୦୦ରୁ ଉର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଗ୍ରୀନ ଫଙ୍ଗସ୍‌ ଚିନ୍ତା ବଢାଇଛି।

ଖବର ଅନୁଯାୟୀ ଦେଶରେ ପ୍ରଥମ ଥର ଗ୍ରୀନ୍‌ ଫଙ୍ଗସ୍‌ ଭାଇରସ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଅପୂର୍ବା ତିୱାରୀ କହିଛନ୍ତି ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଜଣେ ରୋଗୀଙ୍କ ରିପୋର୍ଟ ହସ୍ତଗତ ହୋଇଥିଲା। ୩୪ ବର୍ଷୀୟ ବିଶାଲ ଶ୍ରୀଧର ନାମକ ଯୁବକଙ୍କ ଗତ ଦେଢମାସ ହେଲା ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଫୁସଫୁସ ୯୦ ପ୍ରତିଶତ କାମ କରୁନଥିଲେ ମଧ୍ୟ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ। ଯେତେବେଳେ ତାଙ୍କ ଫୁସଫୁସର ପରୀକ୍ଷଣ କରାଯାଇଥିଲା ସେଥିରେ ଗ୍ରୀନ ରଙ୍ଗର ଏକ ଫଙ୍ଗସ୍‌ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.