ଗ୍ରୀଷ୍ମ ପ୍ରବାହ ପାଇଁ ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ଵର : ରାଜ୍ୟରେ ତାତି ବୃଦ୍ଧି ପାଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କରିଦେଉଛି ଅସ୍ତବ୍ୟସ୍ତ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଏହିଭଳି ସ୍ଥିତି ଜାରି ରହିବ। ସେଥିପାଇଁ ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ମୟୁରଭଞ୍ଜ ଓ ବାଲେଶ୍ଵରକୁ ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ସୋମବାର ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଯେଉଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ତାହା ସାଧାରଣ ଜନତାଙ୍କ ପାଇଁ ସହନଶୀଳ ହୋଇପାରେ। କିନ୍ତୁ ଶିଶୁ, ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଅସହ୍ୟ ହେବ। ତେଣୁ ପୂର୍ବାହ୍ନ ୧୧ରୁ ଅପରାହ୍ଣ ୩ଟା ଯାଏଁ ଘରୁ ନବାହାରିବା ଭଲ। ଯଦି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡେ ତେବେ ମୁଣ୍ଡରେ ଓଦା ଗାମୁଛା ସହିତ ସାଙ୍ଗରେ ଛତା ଓ ପାଣି ବୋତଲ ନେବା ଉଚିତ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button