ଗୃହରେ ତରବରିଆ ବିଲ୍ ପାରିତ : ବିଜେପି ବିଧାୟକ ରାଜ୍ୟପାଳଙ୍କ ଠାରେ ଫେରାଦ ହେଲେ

ଭୁବନେଶ୍ଵର : ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ସମୟରେ ୬ଟି ବିଲ୍ ତରବରିଆ ଭାବେ ପାରିତ କରାଯାଇଛି। ବିଜେପି ବିଧାୟକ ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରେ ଆଜି ଏହି ଅଭିଯୋଗ କରିଛି।
ଖବର ଅନୁଯାୟୀ ଗତକାଲି ରାତିରୁ ବିଧାନସଭାର ପରସର ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିବା ବିଜେପି ବିଧାୟକମାନେ ଆଜି ସକାଳେ ଧାରଣରୁ ଉଠି ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ ବିଲ ବିଧେୟକ ପାରିତ ହେବା ସମୟରେ ବିରୋଧୀ ଦଳକୁ ଆଲୋଚନା କରିବାକୁ ସୁଯୋଗ ଦିଆଯାଇନି। ଏହି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଭେଟିଥିଲା। ସେଠାରୁ ଫେରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ପାରିତ ବିଲର ପୁନଃବିଚାର ଓ ଗୃହରେ ଆଲୋଚନା ପରେ ବିଲ ପାରିତ କରିବାକୁ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି।