ଗୁଡ୍ ଫ୍ରାଇଡେ : ୫୦ରୁ କମ୍‌ ଲୋକଙ୍କୁ ନେଇ ହେବ ଧାର୍ମିକ ରୀତିନୀତି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରାଯାଇଛି। ସେହିପରି ଆଜି ଗୁଡ୍ ଫ୍ରାଇଡେ ପାଳନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଲଗାଯାଇଛି।

କଟକଣା ଅନୁଯାୟୀ ବିଏମ୍‌ସି ଅଧୀନ କୌଣସି ସର୍ବସାଧାରଣ ସ୍ଥାନରେ ସମାବେଶ ହୋଇପାରିବ ନାହିଁ। ଚର୍ଚ୍ଚରେ ୫୦ ଭିତରେ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବାକୁ କୁହାଯାଇଛି। ସାମାଜିକ ଦୂରତ୍ୱ ମାନି ଧାର୍ମିକ କାର୍ଯ୍ୟ କରାଯାଇପାରିବ କିନ୍ତୁ ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ଏଥିରେ ସାମିଲ କରିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button