ଗୁଡପୋଚ ଓ ଦେଶୀ ମଦ ଜବତ

ଆଠଗଡ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୧୫ ଶହ ଲିଟର ଗୁଡପୋଚ ଓ ୧୮ ଶହ ଲିଟର ଦେଶୀ ମଦ ଜବତ କରାଯାଇଛି।

ଖବର ଅନୁଯାୟୀ ଅବକାରୀ ବିଭାଗ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ ହୋଇଥିଲା। ଏଥିରେ କଟକ ଜିଲ୍ଲା ଅବକାରୀ ବିଭାଗର ଡେପ୍ୟୁଟି ସୁପରିଟେଣ୍ଟ ଦେବାଶିଷ ପଟେଲ, ଆଠଗଡ଼ ଅବକାରୀ ଇନିସପେକ୍ଟର ପ୍ରଭାସ ଆଚାର୍ଯ୍ୟ, ଖୁଣ୍ଟୁଣୀ ଫରେଷ୍ଟ ରେଞ ଅଫିସର ଗଜେନ୍ଦ୍ର ସିଂହ ମାଥୁର, ପ୍ରବୀର ସାମଲ, ସଂଜିତ ବାର୍ଲା, ସରୋଜ ପରିଡା ଓ ବିଜୟ କୁମାର ଭଞ୍ଜ ପ୍ରମୁଖ ସାମିଲ ଥିଲେ। ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button