ଗୁଗଲ ପେ ରେ ଟଙ୍କା ପଠାଇଲେ ଚାର୍ଜ ଲାଗିବନି

ନୂଆଦିଲ୍ଲୀ : ଭାରତରେ ଗୁଗଲ ପେ ବ୍ୟବହାରକାରୀଙ୍କ ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ। ଗୁଗଲ ଇଣ୍ଡିଆ ଆଜି ଏହା ସ୍ପଷ୍ଟ କରିଥିବା ବେଳେ କହିଛି ତତକ୍ଷଣାତ୍ ଟଙ୍କା ଟ୍ରାନ୍ସଫର ଉପରେ କେବଳ ଆମେରିକାରେ ଫି ଲାଗୁ ହେବ। ପୂର୍ବରୁ କରାଯାଇଥିବା ଘୋଷଣା ଭାରତୀୟ ବଜାର ପାଇଁ ଲାଗୁ ହେବ ନାହିଁ।।

ସୂଚନାଯୋଗ୍ୟ ଜାନୁୟାରୀ ୨୦୨୧ରୁ ଗୁଗଲ ଏହାର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ ପେରୁ ପେୟାର-ଟୁ-ପେୟାର ପେମେଣ୍ଟ ସେବା ବନ୍ଦ କରିବାକୁ ଯାଉଛି। ଏହି ସେବା ବଦଳରେ କମ୍ପାନୀ ତୁରନ୍ତ ଟଙ୍କା ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡ଼ିବ। ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ଏଥିପାଇଁ ଦେୟ ଦେବାକୁ ପଡିବ। କିନ୍ତୁ ଗୁଗୁଲ ସ୍ପଷ୍ଟ କରିଛି ଆମେରିକାରେ ଡେବିଟ୍ କାର୍ଡରୁ ଟଙ୍କା ସ୍ଥାନାନ୍ତର ପାଇଁ ୧.୫% ଶୁଳ୍କ ଆଦାୟ କରାଯିବ।

  ସହିଦ ନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଫୁଟ୍ ଓଭରବ୍ରିଜ୍

ସେହିପରି ଗୁଗଲ ଘୋଷଣା କରିଥିଲା ୧ ଜୁନ୍ ୨୦୨୧ ପରେ ଗୁଗଲ୍ ଫଟୋ ସେବା ମାଗଣାରେ ଉପଲବ୍ଧ ହେବ ନାହିଁ। ଅର୍ଥାତ ଆସନ୍ତା ବର୍ଷ ଜୁନ ମାସଠାରୁ କ୍ଲାଉଡ୍ ସେବା ବ୍ୟବହାର କରିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏବେ ଯେ କୌଣସି ଉପଭୋକ୍ତା ସେମାନଙ୍କର ଅସୀମିତ ଫଟୋକୁ ଗୁଗଲ୍ ଫଟୋରେ ରଖିପାରୁଛନ୍ତି। ଏଥିପାଇଁ କମ୍ପାନୀ କୌଣସି ଦେୟ ନେଉ ନାହିଁ।

ମତାମତ ଦିଅନ୍ତୁ ।