ଗୁଗଲ୍ ପ୍ଲେ ଷ୍ଟୋରରୁ ପେଟିଏମ୍ ହଟିଲା

ନୂଆଦିଲ୍ଲୀ : ଗୁଗଲ୍ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ ଆଉ ନାହିଁ। ଏହାକୁ ଗୁଗଲ ଜୁଆ ଖେଳ ଆପ୍ କହୁଥିବା ବେଳେ ପ୍ଲେ ଷ୍ଟୋରରେ ଜାଗା ଦେଇପାରିବନି କହି ହଟାଇ ଦେଇଛି। ପେଟିଏମ୍ ଓ UPI App One97 କମ୍ୟୁନିକେସନ ଲିମିଟେଡ୍ ଦ୍ୱାରା ଏହି ଆପ ତିଆରି ହୋଇଛି। ଗୁଗଲ୍ ପ୍ଲେ ଷ୍ଟୋରରେ ସର୍ଚ୍ଚ କଲେ ଏହି ଆପ୍ ଆସୁ ନାହିଁ। କିନ୍ତୁ ଯେଉଁମାନେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଇନଷ୍ଟଲ୍ କରିଛନ୍ତି ସେମାନଙ୍କର କାମ କରୁଛି।

ପେଟିଏମର ଅନ୍ୟାନ୍ୟା ଆପ୍ ପେଟିଏମ୍ ମନି, ପେଟିଏମ୍ ମଲ୍ ଇତ୍ୟାଦି ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଗୁଗଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍ ହଟିବା ପରେ ପେଟିଏମ୍ କୌଣସି ପ୍ରତିକ୍ରିୟା ରଖି ନାହିଁ। ଗୁଗଲ କର୍ତ୍ତୃପକ୍ଷ ସୁଜାନେ ଫ୍ରେ ଟ୍ୱିଟ୍ କରି ଲେଖିଛନ୍ତି କମ୍ପାନୀ କୌଣସି ପ୍ରକାରର ଜୁଆ ଖେଳକୁ ସମର୍ଥନ କରେ ନାହିଁ। ଅନ୍ୟପଟେ ପେଟିଏମ ଏକ ଚାଇନା କମ୍ପାନୀ। ଭାରତ, ଆମେରିକା ସହିତ ଚୀନର ତିକ୍ତତା ଚାଲିଥିବା ବେଳେ ପେଟିଏମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।