ଗୁଗଲରେ ଏସବୁ ସର୍ଚ୍ଚ କରନ୍ତୁ ନାହିଁ

ନୂଆଦିଲ୍ଲୀ : ଏବେ ଇଣ୍ଟରନେଟ ଯୁଗ। ଗୁଗଲ୍ ସର୍ଚ୍ଚ ଇଞ୍ଜିନରେ କୌଣସି ବିଷୟ ଜାଣିବାକୁ ବେଶୀ ସମୟ ଲାଗୁନାହିଁ। ତେଣୁ ପ୍ରାୟତଃ ସମସ୍ତେ ଗୁଗଲ୍ ଉପରେ ନିର୍ଭର କରୁଛନ୍ତି। ତେବେ କେତୋଟି କଥା ମନେ ରଖିବା ଜରୁରୀ। କେଉଁ ବିଷୟରେ ଜାଣିବା ପାଇଁ ସର୍ଚ୍ଚକୁ ମାଧ୍ୟମ କରିବା କରିବା ଉଚିତ ନୁହେଁ।

୧- କୌଣସି କମ୍ପାନୀର କଷ୍ଟମର୍ କେୟାର୍ ନମ୍ବର୍ ଗୁଗଲରେ ସର୍ଚ୍ଚ କରିବା ଅନୁଚିତ। ଲୋକଙ୍କର ଏହି ଅଭ୍ୟାସରୁ ସାଇବର ଅପରାଧୀ ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। ସେମାନେ ନକଲି କମ୍ପାନୀ ମାଧ୍ୟମରେ କଷ୍ଟମର କେୟାର ନମ୍ବର ବ୍ୟବହାର କରି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି। ବ୍ୟାଙ୍କ ତଥ୍ୟ ନେଇ ଆକାଉଣ୍ଟ ଖାଲି କରି ଦିଅନ୍ତି।

୨- ଏବେ ଚାଲିଛି ଅନଲାଇନ ବ୍ୟାଙ୍କିଙ୍ଗ ସିଷ୍ଟମ। ଲୋକେ ବ୍ୟାଙ୍କ ୱେବସାଇଟ୍ ଜାଣିବା ପାଇଁ ଗୁଗଲର ସାହାରା ନେଇଥାନ୍ତି। ଏହା ମଧ୍ୟ ବିପଦ। ସାଇବର ଠକମାନେ ବ୍ୟାଙ୍କର ନକଲି ୱେବସାଇଟ ତିଆରି କରି ଅଫିସିଆଲ ୱେବସାଇଟ ଭଳି ୟୁଆରଏଲ ରଖିଥାନ୍ତି। ଯାହାଫଳରେ ୟୁଜର୍ସ ଦ୍ଵନ୍ଦ୍ଵରେ ପଡି ହ୍ୟାକର୍ସଙ୍କ ଜାଲରେ ଫସିଯାଏ। ତେଣୁ ଅନଲାଇନ ବ୍ୟାଙ୍କିଙ୍ଗ ପାଇଁ ବ୍ୟାଙ୍କ ୱେବସାଇଟର ୟୁଆରଏଲ ଟାଇପ୍ କରନ୍ତୁ।

୩- ଆପଣ ଯଦି ଆପଣଙ୍କ ଫୋନରେ କୌଣସି ଆପ କିମ୍ବା ସଫ୍ଟୱେୟାର୍ ରଖିବାକୁ ଚାହୁଁଛନ୍ତି ତେବେ ସବୁବେଳେ ପ୍ଲେଷ୍ଟୋରରୁ ଡାଉନଲୋଡ୍ କରନ୍ତୁ। ସେହିପରି କୌଣସି ଭୁଲ୍ ଲିଙ୍କ୍ ଓପନ୍ କଲେ କମ୍ପ୍ୟୁଟର୍ କିମ୍ବା ଲାପଟପକୁ ଭାଇରସ୍ ଆସିପାରେ। ଏହି ଭାଇରସ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା ସହିତ ପିସିରେ ଥିବା ଫାଇଲକୁ ପ୍ରଭାବିତ କରିପାରେ।

୪- ଗୁଗଲ ସର୍ଚ୍ଚରେ କେବେ ଇନଭେଷ୍ଟମେଣ୍ଟ କିମ୍ବା ଟଙ୍କା ରୋଜଗାର ତରିକା ସର୍ଚ୍ଚ କରନ୍ତୁନି। ଏଭଳି କଲେ ସାଇବର ଅପରାଧୀଙ୍କ ଜାଲରେ ଫସିବାର ସମ୍ଭାବନା ଅଧିକ ଥାଏ। କାରଣ ସେମାନେ ନକଲି କମ୍ପାନୀ ଓ ୱେବସାଇଟ ତିଆରି କରି ଲୋକଙ୍କୁ ଠକିବାର ବ୍ୟବସ୍ଥା କରିଛନ୍ତି।

୫- ଦେଖାଯାଉଛି କିଛିଲୋକ ରୋଗର ଚିକିତ୍ସା ଓ ଔଷଧ ପାଇଁ ଗୁଗଲର ସାହାରା ନେଇଥାନ୍ତି। କିନ୍ତୁ ଗୁଗଲରେ ଦର୍ଶାଯାଇଥିବା ଔଷଧ ଓ ଚିକିତ୍ସା ସବୁବେଳେ ଠିକ ହୋଇନଥାଏ। ତେଣୁ ସର୍ଚ୍ଚ କରିବା ଉଚିତ ନୁହେଁ। କାରଣ ଭୁଲ ପରାମର୍ଶରେ ଚିକିତ୍ସା ଓ ଔଷଧ ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେବ।

Leave a Reply

Your email address will not be published. Required fields are marked *

Back to top button