Breaking Newsଜୀବନଚର୍ଯ୍ୟା

ମଦୁଆଙ୍କ ପାଇଁ ସତର୍କ ସୂଚନା : କରୋନା ଟିକା ନେଲେ ୪୨ ଦିନ ଛାଡିବାକୁ ପଡିବ ମଦ

ନୂଆଦିଲ୍ଲୀ : କରୋନା ଟିକାକୁ କିଛି ଦେଶ ଅନୁମତି ଦେଇଥିବା ବେଳେ କିଛି ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହି ଟିକା ନେବା ପରେ ଗତକାଲି ୨ ଜଣ ଲୋକଙ୍କ ନିକଟରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ହେଲେ ଟିକାକରଣ ପୂର୍ବରୁ ଏକ ବଡ ସଚେତନ ବାର୍ତ୍ତା ଆସିଛି ଋଷରୁ । ଋଷିଆନ ଅଫିସିଆଲ ସାଇଟ୍ ସତ୍ତର୍କ କରିଛି କି ଟିକା ନେବାର ସର୍ବନିମ୍ନ ୨ ମାସ ପର୍ଯ୍ୟନ୍ତ ମଦ ଛାଡିବାକୁ ପଡିବ । କାରଣ କରୋନା ଟିକା ସ୍ପୁଟନିକ୍ ଭି ଶରୀରରେ ସମ୍ପୁର୍ଣ୍ଣ କାମ କରିବାକୁ ସର୍ବନିମ୍ନ ୪୨ ଦିନ ସମୟ ଲାଗିବ । ଏହି ସମୟରେ ଟିକା ନେଇଥିବା ଲୋକଙ୍କୁ ଅତ୍ୟାଧିକ ସତ୍ତର୍କତାର ଆବଶ୍ୟକତା ରହିଛି । ଏନେଇ ଋଷିଆର ଉପ-ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା ସୂଚନା ଦେଇଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି ।

ଟାଟିଆନା ନ୍ୟୁ ୟର୍କ ପୋଷ୍ଟକୁ ସୂଚନା ଦେଇ କହିଛନ୍ତି କି ଜଣେ ନାଗରିକ ଟିକା ନେବା ପରେ ଜନଗହଳି ସ୍ଥାନରୁ ଦୂରେଇ ରହିବା ଜରୁରୀ । ଏହାସହ ଆବଶ୍ୟକ ସ୍ଥଳେ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର ପୂର୍ବଭଳି କରିବା ଉଚିତ୍ । ଅନ୍ୟପଟେ ଟିକା ନେବାର ସର୍ବନିମ୍ନ ୨ ମାସ ଯାଏ ଆଲକହଲ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ବିଶେଷ ଭାବେ ଟିକା ନେଉଥିବା ଲୋକମାନେ ଯଦି ଟିକା ନେବାର ୨ ମାସ ମଧ୍ୟରେ ଆଲକହଲ ବା ଡ୍ରଗ୍ସ ସେବନ କରନ୍ତି ତେବେ ନିଶ୍ଚିତ ଭାବେ ଟିକା ପ୍ରଭାବହୀନ ହୋଇପଡିବ କିମ୍ବା ଟିକା ନେଇଥିବା ଲୋକର ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେବ ।

ମତାମତ ଦିଅନ୍ତୁ ।

Back to top button