ମାର୍ଚ୍ଚ ମାସ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ଵର : କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି। ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ। ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ମାସ୍କ ଯୋଗାଇବେ ଆୟୋଜକ। ସେହିପରି ଯାତ୍ରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର। ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି। ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ। କରୋନାର ସମସ୍ତ ଗାଇଡଲାଇନ ମାନି ପରିବେଷଣ କରାଯାଇପାରିବ।

Leave a Reply

Your email address will not be published. Required fields are marked *

Back to top button