ଗୁଜରାଟ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼

ବଡ଼ଦୋରା : ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପରକୁ ଆଜି ଚପଲ ମାଡ଼ ହୋଇଛି। ସେ ଉପନିର୍ବାଚନ ପ୍ରଚାରରେ ଗଣମାଧ୍ୟମକୁ କହୁଥିବା ସମୟରେ ଏହି ପରିସ୍ଥିତି ଦେଖିବାକୁ ମିଳିଛି। ତେବେ ଚପଲ ତାଙ୍କ ଦେହରେ ବାଜି ନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନିତିନ ଗୁରୁତ୍ୱର ସହ ଗ୍ରହଣ କରିନାହାନ୍ତି। ତାଙ୍କ କାର୍ଯ୍ୟକ୍ରମ ଶେଷକରି କର୍ଜନରୁ ଫେରିଆସିଛନ୍ତି। ଗୁଜରାଟର ୮ଟି ବିଧାନସଭାର ଅବଦାସା, ଲିଂବନ୍ଦୀ, ମୋରବୀ, ଧାରୀ, ଗଧଦା, କର୍ଜନ, ଦଙ୍ଗସ୍ ଓ କପ୍ରଦା ଆସନ ଲାଗି ନଭେମ୍ବର ୩ ତାରିଖ ଦିନ ଭୋଟ ଗ୍ରହଣ ହେବ।

ମତାମତ ଦିଅନ୍ତୁ ।