ଗୁଜୁରାଟରେ ୨୫ ପ୍ରତିଶତ ସ୍କୁଲ ଫି ଛାଡ

ଅହମଦାବାଦ : ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି ୨୫ ପ୍ରତିଶତ ସ୍କୁଲ ଫି’ ଛାଡ଼ କରାଯିବ। ଜୁନ୍‌ ୨୦୨୦ରୁ ମାର୍ଚ୍ଚ ୨୦୨୧ ଶିକ୍ଷାବର୍ଷରେ ଏହି ନିୟମ ଲାଗୁ ହେବ। ସ୍କୁଲଗୁଡ଼ିକ ଅନ୍ୟ କୌଣସି ପ୍ରକାରର ଅତିରିକ୍ତ ଚାର୍ଜ ଲଗାଇ ପାରିବେ ନାହିଁ। ଏହି ନିୟମ ଗୁଜରାଟର ଥିବା ସମସ୍ତ ସିବିଏସଇ ଓ ସ୍କୁଲ ଗୁଡ଼ିକ ପାଇଁ ଲାଗୁ ହେବ।

ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି ନିଜସ୍ୱ ଅର୍ଥରେ ପରିଚାଲିତ ସ୍କୁଲଗୁଡ଼ିକ ଟ୍ୟୁସନ ଫି’ ବାବଦରେ ୨୫ ପ୍ରତିଶତ ଛାଡ଼ କରିବାକୁ ରାଜି ହୋଇଛନ୍ତି। ଏଣିକି ସ୍କୁଲ ଫି’ ବାବଦରେ ୨୫ ପ୍ରତିଶତ ଛାଡ଼ କରାଯିବ। ୨୦୨୦-୨୦୨୧ ଆର୍ଥିକ ବର୍ଷରେ ସ୍କୁଲ ଫି’ ୨୫ ପ୍ରତିଶତ ଛାଡ଼ କରାଯିବା ସପକ୍ଷରେ ରାଜ୍ୟ ସରକାର ପ୍ରଥମେ ମତ ରଖିଥିଲେ। କରୋନା ସଂକ୍ରମଣ ଓ ସଟଡାଉନ ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ। ଏନେଇ ବିଭିନ୍ନ ସ୍କୁଲର ମୁଖ୍ୟଙ୍କ ସହ ବୈଠକ ହୋଇଥିଲା। ଶେଷରେ ସମସ୍ତେ ସ୍କୁଲ ଫି’ ୨୫ ପ୍ରତିଶତ ଅର୍ଥ ଛାଡ଼ କରିବାକୁ ସହମତି ପ୍ରକାଶ କରିଛନ୍ତି। ଯଦି ଅଭିଭାବକମାନେ ଜୁନ୍‌ ୨୦୨୦ ଓ ଏହାର ପରବର୍ତ୍ତୀ ମାସରେ ସମସ୍ତ ଫି’ ଦାଖଲ କରିସାରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ପରବର୍ତ୍ତୀ ମାସଗୁଡ଼ିକରେ ଏହାକୁ କାଟ କରିନେବେ। ଅନ୍ୟପକ୍ଷରେ ଓଡ଼ିଶା ସରକାର ଘରୋଇ ସ୍କୁଲଗୁଡ଼ିକୁ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ଼ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ମତାମତ ଦିଅନ୍ତୁ ।