ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଗବେଷଣା ଉପରେ ଗୁରୁତ୍ୱ ଦିଆଯାଉଛି : ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର : ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଗବେଷଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଉଚ୍ଚଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସରକାରଙ୍କ ଲକ୍ଷ୍ୟ ହୋଇଥିବାବେଳେ ଯୁବ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଯୁବ ଅଧ୍ୟାପକଙ୍କୁ ୫ଲକ୍ଷ ଟଙ୍କାର ସିଡ ଫଣ୍ଡ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଶ୍ରୀ ସାହୁ କହିଛନ୍ତି ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ଅଧ୍ୟାପକମାନଙ୍କୁ ଗବେଷଣା ଓ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଏହି ଯୋଜନାରେ ସହାୟତା ଦିଆଯାଇଛି। ୩୫ଟି ବିଷୟରେ ରାଜ୍ୟ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ପିଏଚଡି ପାଇଁ ମାସିକ ୧୫ ହଜାର ଟଙ୍କା ଓ ପ୍ରତି ବିଷୟରେ ୫ଟି ଲେଖାଏଁ ଫେଲୋସିପ ଦିଆଯାଉଛି।

ମହିଳାମାନଙ୍କ ଲାଗି ଏଥିରେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ୪୫ ବର୍ଷରୁ କମ୍ ବୟସର ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ସିଡ଼ ରିସର୍ଚ୍ଚ ଫଣ୍ଡ ବ୍ୟବସ୍ଥା ରହିଥିବା ବେଳେ ପିଏଚଡି ସ୍କଲାରସିପ୍ ନିମନ୍ତେ ବୟସକୁ ୩୫ ବର୍ଷରୁ କମ୍ ରଖାଯାଇଛି। ଗବେଷଣା ପାଇଁ ୪୫ ବର୍ଷରୁ କମ ବୟସର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦୁଇବର୍ଷ ଲାଗି ୫ ଲକ୍ଷ ଟଙ୍କା ସିଡ୍ ଗ୍ରାଣ୍ଟ ପ୍ରଦାନ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.